Wed. Oct 14th, 2026

ରାୟଗଡା ଜିଲ୍ଲା ଗୁଣୁପୁରୁର ବରିଷ୍ଠ ସାମ୍ବାଦିକ ରଞ୍ଜିତ ପାଢୀଙ୍କ ବିରୁଦ୍ଧରେ ଆକ୍ରୋଶ ମୂଳକ ଓ ଯୋଜନା ବଦ୍ଧ ଭାବେ ଗୁଣୁପୁର ପୋଲିସ୍ କରିଥିଲା ମିଥ୍ୟା ମାମଲା। ଯାହାକୁ ପ୍ରତ୍ୟାହାର କରିବାକୁ  ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି  ରାଜେଶ ପଣ୍ଡିତ୍ ଙ୍କୁ  ଅବିଭକ୍ତ କୋରାପୁଟ ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଘ ଏକ ଦାବିପତ୍ର ପ୍ରଦାନ କରିଛି। ଏହା ସହ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ପୋଲିସ୍ କରିଥିବା ମିଥ୍ୟା ମାମଲାକୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର କରିବା ପାଇଁ ସଂଘ ତରଫରୁ ଦାବି କରାଯାଇଛି। ସୋମବାର ଦିନ କୋରାପୁଟ ପ୍ରେସକ୍ଲବ ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସାମ୍ବାଦିକ ଏକତ୍ରିତ ହୋଇଥିଲେ। ପରେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦିଲ୍ଲିପ ମହାନ୍ତିଙ୍କ ସଭାପତିତ୍ବରେ  ବୈଠକ କରାଯାଇ ସେଠାରେ ଗୁଣୁପୁର ପୋଲିସ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା। ପ୍ରେସ କ୍ଲବରୁ ବିଭିନ୍ନ ପ୍ରକାର ପ୍ଲାଗ୍ କାର୍ଡ ଓ ବ୍ୟାନର ଧରି ବିଭିନ୍ନ ପ୍ରକାର ନାରାବାଜି ସହ ଶୋଭାଯାତ୍ରାରେ ଡିଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଦିନକୁ ଦିନ ପୋଲିସର କାର୍ଯ୍ୟାନୁଷ୍ଠାନ ବହୁତ ହେଇଗଲା, ବାରମ୍ବାର ସାମ୍ବାଦିକଙ୍କ ଉପରେ ଓଡିଶା ପୋଲିସ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେବା ବନ୍ଦ କରାଯାଉ। ଏଥିସହ ମିଥ୍ୟା ମାମଲା କରିଥିବା  ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଶୃଙ୍ଗଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମିଥ୍ୟା ମାମଲା ୭ ଦିନ ଭିତରେ ପ୍ରତ୍ୟାହାର କରାନଗଲେ ଆଗାମି ଦିନରେ ସାରା ରାଜ୍ୟର ଏସପିଙ୍କ କାର୍ଯ୍ୟାଳୟ  ଆଗରେ ଧାରଣା ଦିଆଯିବ ବୋଲି କୁହାଯାଇଛି। 

ଗୁଣୁପୁର ଏସଡିପିଓ  ସାମ୍ବାଦିକ ଶ୍ରୀ ପାଢିଙ୍କ ବିଷୟରେ କଥା ହେବା ପାଇଁ କିଛି ସାମ୍ବାଦିକ  ଯାଇଥିବା ବେଳେ ରଞ୍ଜିତ ପାଢୀଙ୍କୁ ଏନକାଉଣ୍ଟର କରିଦେବି ବୋଲି ରୋକ୍ ଠୋକ୍ ଧମକ ଦେବା କଥାକୁ ଡିଆଇଜିଙ୍କୁ ଅବଗତ କରାଯିବା ସହ ଏସଡିପିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଟାନ ନେବାକୁ ଦାବି  କରାଯାଇଥିଲା। ଡିଆଇଜି ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ପରେ ଏକ ନିର୍ଭୟ ପ୍ରତିଶୃତି ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ରାଜେନ୍ଦ୍ର ଗୌଡ, ସଂଗଠନ ସମ୍ପାଦକ ପରମେଶ୍ବର ସାହୁ, ଉପଦେଷ୍ଟା ପରୀକ୍ଷିତ ବିଶ୍ବାଳ,ଶସଧର ରାଉତ, ଟି.ଗୌରି ଶଙ୍କର, ରାଜ୍ୟ ସଂଗଠନ ସମ୍ପାଦକ ମନୋଜ ପଟ୍ଟନାୟକ, ରାଜ୍ୟ ଉପସଭାପତି ରାଜେଶ ପଟ୍ଟନାୟକ, ରାୟଗଡା ଜିଲ୍ଲା ସଭାପତି ରାଧାକୃଷ୍ନ ପଟ୍ଟନାୟକ, ନବିନ ସାହୁ, ଅମିତାଭ୍ ବେହେରା, ଘନଶ୍ୟାମ ରଥ, ଜିତେନ୍ଦ୍ର କୁମା ମିଶ୍ର, ସିଏଚ୍ ଭଗବତ ଆଚାରୀଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *