Wed. Oct 14th, 2026

ଆଜି ଆମ୍ ଆଦ୍‌ମୀ ପାର୍ଟି ପୁରୀ ତରଫରୁ ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀଙ୍କ ଉପସ୍ଥିତରେ ପୁରୀ ଜିଲ୍ଲା ଯୁବ କାର୍ଯ୍ୟକାରିଣୀ ସମ୍ମିଳନୀ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଓ ପ୍ରତ୍ୟେକ ବ୍ଲକରୁ ଆଜି ଯୁବ ସାଥିମାନେ ଏକାଠି ହୋଇଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ଦାୟିତ୍ୱ ପ୍ରତ୍ୟେକ ବ୍ଲକରୁ ଆସିଥିବା ଯୁବ ସାଥିମାନଙ୍କୁ ହସ୍ତାନ୍ତର କରାଯାଇଛି।  ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ସରକାର ଯେଉଁ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଦେଇଛନ୍ତି ତାକୁ ପୁଣି ଥରେ ପୁନଶ୍ଚ ନିର୍ବାଚନ କରାଯାଉ। କାରଣ କଲେଜ ଥିଲା ରାଜନୀତିର ଏନ୍ତୁଡ଼ିଶାଳ। କହିବାକୁ ଗଲେ ନେତା ତିଆରି କାରଖାନା। ହକ ମାଗିବାକୁ ଏହିଠାରୁ ଜନ୍ମ ନେଉଥିଲା ନେତୃତ୍ୱ। ଆଉ ଏହି ନେତୃତ୍ୱ ପରେ ରାଜ୍ୟର ପ୍ରମୁଖ ଶାସନ ଭାର ସମ୍ଭାଳୁଥିଲେ। କିଏ ମନ୍ତ୍ରୀ, ବିଧାୟକ ଓ ଆଉ କିଏ ସାଂସଦ ହେଉଥିଲେ କିନ୍ତୁ ରାଜନୀତିର ଏନ୍ତୁଡ଼ିଶାଳାରେ ଲାଗିଛି ତାଲା ବୋଲି କହିଛନ୍ତି ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀ।

ଆଉ ଶୁଭୁନି ହକ ପାଁଈ ଗର୍ଜନ, ନାରାବାଜୀ । ଅଧ୍ୟାପକ ଥାନ୍ତୁ କି ନଥାନ୍ତୁ, ଭିତ୍ତିଭୂମି ଗଢୁ କି ଭାଙ୍ଗୁ, କର୍ତ୍ତୃପକ୍ଷ ଯାହା ଇଚ୍ଛା, ସେଇଆ ହେଉଛି। ନେତୃତ୍ୱ ଅଭାବରୁ ସବୁ ନିରବରେ ସହି ଯାଉଛନ୍ତି ଛାତ୍ରଛାତ୍ରୀ। ଏକଥା ନୁହଁ ଯେ ଛାତ୍ର ନେତୃତ୍ୱ କେବଳ ଶିକ୍ଷାକୁ ନେଇ ସ୍ୱର ଉଠନ୍ତି, ଦେଶ ଓ ରାଜ୍ୟର ଜନବିରୋଧୀ ପଦକ୍ଷେପ ବିରୋଧରେ ଖୋଲାଖୋଲି ପ୍ରତିବାଦକୁ ଓହ୍ଲାନ୍ତି ଛାତ୍ର ସଙ୍ଘଠନ। ଏବେ ସବୁ ଯେମିତି ନିରବୀ ଯାଇଛି। ୨୦୧୭ ରେ ଶେଷ ଥର ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା।  ୨୦୧୮ ରେ ବାତ୍ୟା ପାଇଁ ନିର୍ବାଚନ ବନ୍ଦ କରିଦିଆଗଲା ତା ପରଠାରୁୁ ଆଉ ଛାତ୍ର ସଂସଦ ନିର୍ବାଚନ ଆଉ ହେଉନାହିଁ। ପରବର୍ତ୍ତୀ ସମୟରେ ସରକାର କହିଥିଲେ ଯେ ଶିକ୍ଷାଅନୁଷ୍ଠାନରେ ଶୈକ୍ଷିକ ବାତାବରଣ ରକ୍ଷା, ଗଣ୍ଡଗୋଳ, ହିଂସାକାଣ୍ଡ, କ୍ୟାମ୍ପସରେ ଶାନ୍ତି ରକ୍ଷା କରିବା ପାଁଈ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଦିଅଗଲା। କିନ୍ତୁ ସରକାରଙ୍କ କହିବା ଅନୁସାରେ ଭଲ ପାଠ ପଢା ପାଁଈ ବନ୍ଦ କରିଦିଆଗଲା  ବୋଲି କହିଛନ୍ତି ଜିଲ୍ଲା ଯୁବ ଉପସଭାପତି ଶ୍ରୀ ସୁଧାଂଶୁ ଶେଖର ନାଏକ।

ମାତ୍ର ୫ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନି କିନ୍ତୁ ଅନେକ ଶିକ୍ଷାଅନୁଷ୍ଠାନ ଅଶାନ୍ତ ହୋଇଛି କିପରି କେବେ ବୋମା ମାଡ ତ କେବେ ଲୁହା ଛଡ ମଧ୍ୟ କ୍ୟାମ୍ପସ ରେ ବୁଲୁଛି । ଖାଲି ସେତିକି ନୁହେଁ ପାଠପଢା ଅଧୋଗତି ବି ହୋଇଛି। ନାକ୍ ଟିମ ଅନୁଧ୍ୟାନରୁ ଜଣାପଡିଲା ଯେ ଶିକ୍ଷାର ଅଧୋପତନ କିପରି ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ନାକ୍ “ଏ+”ଗ୍ରେଡ଼ ରୁ ଏ ହୋଇଯାଇଛି, “ଏ” ଗ୍ରେଡ଼ ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ “ବି” କୁ ଖସି ଆସିଛି ବୋଲି କହିଛନ୍ତି ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଶ୍ରୀ ଜନ୍ମେଜୟ ଜେନା। ଯଦି ସରକାର ଛାତ୍ର ସଂସଦ ନିର୍ବାଚନ ନକରାଇବେ ତାହାଲେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ଦୃଢ଼ ବିରୋଧ କରାଯିବ ସହ ପ୍ରତିବାଦ ମଧ୍ୟ କରାଯିବ।

ଆଜିର ଏହି ସମ୍ମିଳନୀରେ ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଜନ୍ମେଜୟ ଜେନା, ଜିଲ୍ଲା ଉପସଭାପତି ସୁଧାଂଶୁ ଶେଖର ନାଏକ, ଜିଲ୍ଲା ଯୁବ ଉପସଭାପତି ସୁଶ୍ରୀ ବିଦୁତପ୍ରଭା ନାଏକ, ଜିଲ୍ଲା ଯୁବ କମିଟି ର ଚାଣକ୍ୟ ବିଷ୍ଣୁଗୁପ୍ତ ସହୂ (ନିମାପଡା ନିର୍ବାଚନ ମଣ୍ଡଳୀ), ରାଜେଶ ଭୋଇ(ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ), ରଞ୍ଜନ କୁମାର ପ୍ରଧାନ(ପୁରୀ ସଦର ନିର୍ବାଚନ ମଣ୍ଡଳୀ), ରାକେଶ କୁମାର ନନ୍ଦ, ସୁନୀଲ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *