କ’ଣ ରହିଛି ମହାପ୍ରସାଦର ମହତ୍ତ୍ୱ?

ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥ ଓ ତାଙ୍କ ସହ ଜଡ଼ିତ ପ୍ରତ୍ୟେକ ଜିନିଷର ମହତ୍ତ୍ଵ ରହିଛି। ଜଗା ଦର୍ଶନ ନ କରି ପାରିଲେ ଭକ୍ତ ମହାପ୍ରସାଦରେ ମହାପ୍ରଭୁଙ୍କ ଝଲକ ଦେଖିଥାଏ। ତେବେ ଆପଣ ଜାଣିଛନ୍ତି କି, କ’ଣ ରହିଛି ମହାପ୍ରସାଦର ମହତ୍ତ୍ୱ? କ’ଣ କହୁଛି ପୁରାଣ? 

ଶାସ୍ତ୍ରୀୟ ଭିତ୍ତିଭୂମି :-

ଅନେକ ଧର୍ମଶାସ୍ତ୍ର ଓ ପୁରାଣରେ ଶ୍ରୀକ୍ଷେତ୍ରର ମହାପ୍ରସାଦ ବିଷୟରେ ଉଲ୍ଲେଖ ରହିଛି । ଏଗୁଡ଼ିକ ମଧ୍ୟରୁ ବ୍ରହ୍ମବୈବର୍ତ୍ତପୁରାଣ, ବାୟୁପୁରାଣ, ନୀଳାଦ୍ରିମହୋଦୟ, ସୂତସଂହିତା ଓ ଚତୁର୍ବର୍ଗ ଯୋଗୀଶ୍ୱର ଗ୍ରନ୍ଥଗୁଡ଼ିକ ଅନ୍ତର୍ଭୁକ୍ତ ।

ବ୍ରହ୍ମବୈବର୍ତ୍ତପୁରାଣ

ଜଗନ୍ନାଥସ୍ୟ ନୈବେଦ୍ୟଂ ମହାପାତକନାଶନମ୍ ।

ଭକ୍ଷଣାତ୍ ଫଳମାପ୍ନୋତି କପିଳା କୋଟି ଦାନଜମ୍ ।।

ଜଗନ୍ନାଥଙ୍କର ନୈବେଦ୍ୟ ମହାପାତକ ନାଶ କରେ । ଲୋକ ଏହାକୁ ଭକ୍ଷଣ କଲେ କୋଟି କପିଳା ଗାଈ ଦାନ କରିବାର ଫଳ ଲାଭ କରେ ।

—ବ୍ରହ୍ମବୈବର୍ତ୍ତପୁରାଣ

ବାୟୁପୁରାଣ

ଶୁଷ୍କଂ ପର୍ଯ୍ୟୁଷିତଂ ବାପି ନୀତଂ ବା ଦୂର ଦେଶତଃ ।

ଦୁର୍ଜନେନାପି ସଂସ୍ପୃଷ୍ଟଂ ସର୍ବସ୍ୟୈ ବାଘନାଶନମ୍ ।

(ଜଗନ୍ନାଥଙ୍କର) ପ୍ରସାଦ ଶୁଖି ଯାଇଥିଲେ, ବାସି ହୋଇଥିଲେ ଏବଂ ଦୂରଦେଶକୁ ନିଆ ଯାଇଥିଲେ ଅଥବା ଦୁଷ୍ଟଲୋକ ତାକୁ ଛୁଇଁଥିଲେ ମଧ୍ୟ ତାର ପବିତ୍ରତା ନଷ୍ଟ ହୁଏ ନାହିଁ, ତାହା ସମସ୍ତଙ୍କର ପାପ ନାଶ କଲେ ।

—ବାୟୁପୁରାଣ

ଚତୁର୍ବର୍ଗ ଯୋଗୀଶ୍ୱର

କ୍ରନ୍ଦନ୍ତି ସର୍ବପାପାନି ନିଃଶ୍ୱସନ୍ତି ମୂହୁର୍ମୂହୁଃ ।

ହାହା କୃତ୍ୱା ପଳାୟନ୍ତେ ଜଗନ୍ନାଥସ୍ୟ ଭକ୍ଷଣାତ୍ ।

ଜଗନ୍ନାଥଙ୍କ ପ୍ରସାଦ ସେବନ କଲେ ସବୁ ପାପ କାନ୍ଦି ଉଠନ୍ତି, ବାରମ୍ବାର ଦୀର୍ଘଶ୍ୱାସ ତ୍ୟାଗ କରନ୍ତି ଓ ହାହାକାର କରି ଦୂରକୁ ପଳାନ୍ତି ।

—ଚତୁର୍ବର୍ଗ ଯୋଗୀଶ୍ୱର

ସୂତ ସଂହିତା

ଯଜ୍ଞାସ୍ତପାଂସି ବିପ୍ରେନ୍ଦ୍ରା ! ବ୍ରତାନି ବିବିଧାନି ଚ ।

ତୀର୍ଥାଟନ ତେନୈବ ଚ କୃତାନି ସୁକୃତାନି ଚ ।

(ଜଗନ୍ନାଥ କହୁଛନ୍ତି) ହେ ବିପ୍ରମାନେ ! ଯେ ମୋର ଅନ୍ନ ଭକ୍ଷଣ କରେ, ସେ ସମସ୍ତ ଯଜ୍ଞ, ତପ, ବ୍ରତ, ତୀର୍ଥାଟନ ଓ ପୁଣ୍ୟକର୍ମମାନ କରିଛି ବୋଲି ମନେ କରାଯାଏ ।

ନୀଳାଦ୍ରିମହୋଦୟ

ଅଶ୍ୱମେଧ ସହସ୍ରାଦ୍ ବୈ ରାଜସୂୟ ଶତାଚ୍ଚଯତ୍ ।

ତତ୍ରୋପବାସ୍ତୋ ଭୂପ ତତ୍ଫଳଂ ଜାୟତେ ଭୁବି ।

ଯତ୍ତତ୍ ଫଳମବାପ୍ନୋତି ଜଗନ୍ନାଥାନ୍ନ ଭକ୍ଷଣାତ୍ ।

ହେ ରାଜା ! ଏକ ସହସ୍ର ଅଶ୍ୱମେଧ ଓ ଏକଶତ ରାଜସୂୟ ଯଜ୍ଞ ଓ ତଦନୁଷ୍ଠିତ ଉପବାସରୁ ଯେଉଁ ଫଳ ମିଳେ

You May Also Like

More From Author

+ There are no comments

Add yours