Wed. Oct 14th, 2026

ପୁରୀରେ ଅଗ୍ନିକାଣ୍ଡ। ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ। ଧର୍ମଶାଳାର ରୋଷେଇ ଘରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡରରେ ଲାଗିଥିଲା ନିଆଁ। ସେଠାରେ ରହଣି ପାଇଁ ଆସିଥିବା ଭକ୍ତମାନେ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଥିଲା। ନିଆଁ ଭୟରେ ପର୍ଯ୍ୟଟକମାନେ ବାହାରକୁ ଦୌଡି ଆସିଥିଲେ। ଏପଟେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା। ତେବେ ଏକ ବଡ଼ ଅଘଟଣରୁ ଧର୍ମଶାଳା ବର୍ତ୍ତି ଯାଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ପୁରୀ ସହରରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ବାଗେଡିଆ ଧର୍ମଶାଳାରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିବା ଘଟଣା ନେଇ ସହରବାସୀ ଭୟଭୀତ ହୋଇ ପଡିଛନ୍ତି।

Leave a Reply

Your email address will not be published. Required fields are marked *