ରାଜ୍ୟରେ ଆଉ ୩୯୩ କରୋନା ସଂକ୍ରମିତ ଚିହ୍ନଟ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୩୯୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୨୫ଜଣ ଚିହ୍ନଟ ହୋଇଥିବାବେଳେ ମୋଟ ୨୪ଟି ଜିଲ୍ଲାରେ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦୮୬ରେ ପହଂଚିଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ମୋଟ ୫୪୨୧ଟି ନମୂନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୩୯୩ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ସର୍ବାଧିକ ୧୨୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସମ୍ବଲପୁରରେ ୭୧ ଓ କଟକରେ ୬୫ଜଣ ରହିଛନ୍ତି । ତେବେ ପଡ଼ୋଶୀ ଝାରସୁଗୁଡ଼ା ଜିଲ୍ଲାରେ ମାତ୍ର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ୨୭ଜଣ, ମୟୂରଭଞ୍ଜ ଜିଲ୍ଲାରେ ୨୮, ସୋନପୁରରେ ୯ଜଣ, ନୂଆପଡ଼ାରେ ୯ଜଣ, ବଲାଙ୍ଗିରରେ ୨୧ଜଣ, ବରଗଡ଼, ନୟାଗଡ଼, ଗଞ୍ଜାମ,ଦେବଗଡ଼, କୋରାପୁଟ ଓ ନବରଙ୍ଗପୁରରେ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତେବେ ଜଗତସିଂହପୁର ଜିଲ୍ଲାରେ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

You May Also Like

More From Author

+ There are no comments

Add yours