ଆଣ୍ଟିବାୟୋଟିକ ଇଞ୍ଜେକ୍ସନ ନେଇ ଗ୍ରାମରଖିଙ୍କ ଡାକ୍ତରଖାନାରେ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଣପୁର ଡାକ୍ତରଖାନାରେ। ବାଣପୁର ଥାନା କୋଳଥଦିହ ଗାଁର ପାଣ୍ଡବ ନାୟକଙ୍କ ହାତରେ ଥିବା ଏକ ବଥକୁ ଡ୍ରେନ କରିବା ପାଇଁ ବାଣପୁର ଡାକ୍ତରଖାନାକୁ ଆସିଥିଲେ। ଡାକ୍ତର ବଥଟିକୁ ଡ୍ରେନ କରିବାପରେ Cefatria xonu ନାମକ ଏକ ଆଣ୍ଟିବାୟୋଟିକ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ନେବାର କିଛି ସମୟ ପରେ ରୋଗୀର ସେଠାରେ ମୃତ୍ୟୁ ହୋଇଥିଲା।

ଡାକ୍ତର ତାଙ୍କ ସ୍ୱାମୀଙ୍କୁ ଇଞ୍ଜେକ୍ସନ ଦେଇ ମାରିଥିବା ଅଭିଯୋଗ କରୁଛନ୍ତି ତାଙ୍କ ସ୍ତ୍ରୀ । ଏନେଇ ମୃତ ପାଣ୍ଡବଙ୍କ ସ୍ତ୍ରୀ ବାଣପୁର ଥାନାରେ ଅଭିଯୋଗ କରିବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ଅନ୍ୟ ପକ୍ଷରେ ମେଡିକାଲ ସୁପ୍ରିଟେଣ୍ଡେଣ୍ଟ ଇଞ୍ଜେକ୍ସନ ଟେଷ୍ଟ ନକରି ରୋଗୀକୁ ଦେଇଛନ୍ତି ଯେଉଁଥିପାଇଁ ରୋଗୀର ରେଜିଷ୍ଟାନ୍ସ ଶକ୍ତି ନଥିବା ଅନୁମାନ କରାଯାଉଛି।

ତେବେ ମୃତକଙ୍କର ଆଉ କିଛି ରୋଗ ଥିଲା କି ନାହିଁ ତାହା ପୋଷ୍ଟମୋର୍ଟମ ରିପୋର୍ଟ ଆସିବାପରେ ହିଁ ଜଣାପଡିବ।
