କେନ୍ଦ୍ରର ନୂଆ ଆଇଟି ନିୟମକୁ ନେଇ ବର୍ଷିଲା କଂଗ୍ରେସ

ଶନିବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଉଥିବା ନୂଆ ଆଇଟି ନିୟମକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ଦଳର ପ୍ରବକ୍ତା ସୁପ୍ରିୟା ଶ୍ରୀନେତ କହିଛନ୍ତି କି, ଦେଶର ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚପରାସୀମାନେ ନିୟନ୍ତ୍ରିତ କରୁଛନ୍ତି । ଏପଟେ ଆଇଟି ନିୟମର ସଂଶୋଧନ କରି ସରକାର ସୋସିଆଲ ମିଡିଆରେ ବି ଲୋକଙ୍କ ସ୍ୱର ଚାପି ଦେବାକୁ ପ୍ରଚେଷ୍ଟା କରୁଛନ୍ତି । ସୁପ୍ରିୟା ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଏବେ ଆପଣ ସରକାରଙ୍କୁ କୌଣସି ଅସହଜ ପ୍ରଶ୍ନ ପଚାରିବେ ତେବେ ଟ୍ୱିଟର, ଫେସବୁକ, ୟୁଟ୍ୟୁବ, ହ୍ୱାଟସପ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ସରକାର ଏହାକୁ ମିଥ୍ୟା ଖବର କହି ହଟାଇଦେବେ । ଏହି କାରଣରୁ କେନ୍ଦ୍ର ସରକାର ଆଇଟି ନିୟମରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ବୋଲି ସୁପ୍ରିୟା କହିଛନ୍ତି । ଏବେ ବଜେଟ ଅଧିବେଶନ ସମାପ୍ତ ହୋଇଛି । ସ୍ୱାଧୀନତାର ୭୫ ବର୍ଷ ପରେ କ୍ଷମତାରେ ଥିବା ସରକାରୀ ଦଳ ସଂସଦ ଚଳାଇ ଦେଇନଥିବା ଅଭିଯୋଗ କରିଛନ୍ତି ଏହି ନେତ୍ରୀ । ଏହାସହ ବିଜେପି ବିରୋଧରେ ସମସ୍ତ ବିରୋଧୀଦଳ ଏକାଠି ହେବା ଦେଖି ସରକାର ଭୟ ପାଇଛନ୍ତି ଓ ତୁରନ୍ତ ଆଇଟି ନିୟମରେ ସଂଶୋଧନ କରି ବିରୋଧୀଙ୍କ ସ୍ୱରକୁ ଚାପି ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ସୁପ୍ରିୟା ।

You May Also Like

More From Author

+ There are no comments

Add yours