ଆସୁଛି ବିଶ୍ବ ଛେନାପୋଡ ଦିବସ; ସମସ୍ତ ସରକାରୀ କାର୍ଯ୍ୟାଳୟରେ ହେବ ପାଳନ

ଅପ୍ରେଲ ୧୧ ତାରିଖରେ ପାଳନ ହେବାକୁ ଯାଉଛି ବିଶ୍ବ ଛେନାପୋଡ ଦିବସ । ନୟାଗଡ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ଦିବସ ପାଳନ କରାଯିବ । ଏନେଇ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଜିଲ୍ଲା ପ୍ରଶାସନ ନୟାଗଡ ଛେନାପୋଡକୁ GI ଟ୍ୟାଗ ପାଇଁ ସମସ୍ତ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି ।

ଏହି ପରିପ୍ରେକ୍ଷୀରେ ନୟାଗଡର ପ୍ରଥମ ଛେନାପୋଡ ନିର୍ମାତା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଅପ୍ରେଲ ୧୧ ତାରିଖରେ ଛେନା ପୋଡ କାଟି ଉତ୍ସବ ମନାଇବାକୁ ଜିଲ୍ଲା ପ୍ରଶାସନ ଆହ୍ବାନ କରିଛି । ତେବେ ଜିଲ୍ଲା ପ୍ରଶାସନର ଏଭଳି ଏକ ପ୍ରଶଂସନୀୟ ଆହ୍ବାନକୁ କିଛି ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସମାଜସେବୀ ପ୍ରଂଶସା କରିଛନ୍ତି । ସେହିଭଳି ଜିଲ୍ଲାର କିଛି ସ୍ବେତ୍ସାସେବୀ ଯୁବକ ରାଜଧାନୀ ଭୁବନେଶ୍ବରରେ ଛେନାପୋଡ ଦିବସର ପ୍ରଚାର ପ୍ରସାର ପାଇଁ ଦିନ ରାତି ଏକ କରି ଉଦ୍ୟମ ଚଳାଇଛନ୍ତି ।

You May Also Like

More From Author

+ There are no comments

Add yours