Wed. Oct 14th, 2026

ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବେ ତାଙ୍କ ମୁଭି ‘ପୁଷ୍ପା ୨’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ୭ ଏପ୍ରିଲ ଅର୍ଥାତ୍‌ ଶୁକ୍ରବାର ଅଭିନେତା ଏହି ଫିଲ୍ମର ପୋଷ୍ଟରର ଝଲକ ଦେଖାଇଛନ୍ତି। ଏଥିରେ ଅଭିନେତାଙ୍କ ଖତରନାକ ଲୁକ ନଜର ଆସିଛି। ଏହାପରେ ଦେଖୁ ଦେଖୁ ଅଲ୍ଲୁ ଅର୍ଜୁନଙ୍କ ଲୁକ ଚର୍ଚ୍ଚାର ବିଷୟ ହୋଇଯିବା ସହ ଏହା ଇଣ୍ଟରନେଟରେ ନିଆଁ ଭଳି ବ୍ୟାପି ଯାଇଥିଲା।

କେଆରକେ ଟୁଇଟର ଆକାଉଣ୍ଟରେ ‘ପୁଷ୍ପା ୨’ର ପୋଷ୍ଟରକୁ ଶେୟାର କରି କହିଛନ୍ତି, ଏହା ପୁଷ୍ପା ଫିଲ୍ମର ସିକ୍ୱେଲ ଭଳି ଲାଗୁ ନାହିଁ। ସେ କ୍ୟାପଶନରେ ଲେଖିଛନ୍ତି, ଏହା ପୁଷ୍ପା ୨ର ପୋଷ୍ଟର ଆଉ ମୁଁ କନଫ୍ୟୁଜ। ମୁଁ ବୁଝି ପାରୁନାହିଁ ଏହା ଲକ୍ଷ୍ମୀ ୨ ନା କଂଚନା। ଏହା ପୁଷ୍ପାର ସିକ୍ୱେଲ ଭଳି ଆଦୌ ଲାଗୁନାହିଁ।

ସୂଚନା ଅନୁଯାୟୀ, ଗୋଟିଏ ଦିନ ପୂର୍ବରୁ ଅଲ୍ଲୁ ଅର୍ଜୁନ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ‘ପୁଷ୍ପା ୨’ର ଫାଷ୍ଟ ଲୁକ ପୋଷ୍ଟର ଶେୟାର କରିଥିଲେ। ଏଥିରେ ଦେଖିବାକୁ ମିଳିଥିଲା କି ଅଲ୍ଲୁ ଅର୍ଜୁନ ସାଉଥ ଇଣ୍ଡିଆନ ଶାଢି ପିନ୍ଧି ନଜର ଆସିଥିଲେ। ତାଙ୍କ ଗଳାରେ ଲେମ୍ବୁ ମାଳ ଥିଲା। ଏହା ବ୍ୟତୀତ ଅଭିନେତା ଚୁଡି, ମୁଦି ଓ ଆଉ କିଛି ନେକଲେସ ପିନ୍ଧିଥିବା ଦେଖାଯାଇଛି। ସେ ମଥାରେ ବିନ୍ଦି ଲଗାଇଛନ୍ତି, ଯାହା ଶିବଙ୍କ ତୃତୀୟ ନୟନ ଭଳି ଦେଖାଯାଉଛି। ପୋଷ୍ଟରରେ ଅଲ୍ଲୁ ଅର୍ଜୁନ ହାତରେ ବନ୍ଧୁକ ଧରିଥିବା ନଜର ଆସିଛି।

Leave a Reply

Your email address will not be published. Required fields are marked *