୩ ଓଡ଼ିଆଙ୍କୁ ପଦ୍ମ ସମ୍ମାନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ଅଳଙ୍କରଣ ସମାରୋହରେ ୨୦୨୩ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିଛନ୍ତି ।ଏହି ଅବସରରେ ଓଡ଼ିଶାର ୩ ଜଣ ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।ଓଡ଼ିଆ ସାହିତ୍ୟ ଓ ଶିକ୍ଷା ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ସେହିପରି କଳା କ୍ଷେତ୍ରକୁ ଅବଦାନ ପାଇଁ ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀର ଗାୟିକା ଡକ୍ଟର କ୍ରିଷ୍ଣା ପଟେଲ ଓ କୃଷି (ଔଷଧିୟ ବୃକ୍ଷ ଚାଷ) କ୍ଷେତ୍ରକୁ ଅବଦାନ ପାଇଁ ପଟ୍ଟାୟତ କୁମାର ସାହୁଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।

You May Also Like

More From Author

+ There are no comments

Add yours