ବାଲୁଗାଁ ବଜାରରେ ନୀଲକମଲ ମେଗା ସୋ ରୁମ ଉଦଘାଟିତ

ବୁଧବାର ଅପରାହ୍ନରେ ବାଲୁଗାଁ ସହରରେ ମାନ୍ୟବର ଶ୍ରମମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ କୁମାର ସାହୁଙ୍କ ଦ୍ବାରା ଉଦଘାଟନ ହେଲା ମେଗା ସୋ ରୁମ ନୀଲକମଲ l ଏହି ନୀଲକମଲ ସୋ ରୁମ ଓଡ଼ିଶାରେ ଭୁବନେଶ୍ୱର, ବଲାଙ୍ଗୀର ଏବଂ କୋରାପୁଟ ସହରରେ ଥିବା ସମୟରେ ବାଲୁଗାଁ ସହରରେ ଏହା ନୀଳକମଲର ଚତୁର୍ଥ ସୋ ରୁମ ବୋଲି ନୀଲକମଲ ଫର୍ଣ୍ଣିଚରର ଅଧିକାରୀ କହିଛନ୍ତି l ଏହି ସୋ ରୁମରେ ଗ୍ରାହକଙ୍କ ଆବଶ୍ୟକ ମୁତାବକ ବିଭିନ୍ନ ଫର୍ଣ୍ଣିଚର ସୁଲଭ ଦରରେ ନିକଟରୁ ଗ୍ରାହକମାନେ ପାଇବାର ସୁବିଧା ଥିବା ଯୋଗୁଁ ଅଂଚଳବାସୀଙ୍କ ଭିଡଥିବାର ଦେଖିବାକୁ ମିଳିଥିଲା। ପ୍ରତି ସାମଗ୍ରୀ ଉପରେ ଆକର୍ଷଣ ଉପହାର ରହିଥିବା ଖବର ସୋ ରୁମ ମାଲିକ ଟୁନା ଖାନ୍ କହିଛନ୍ତି l ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଲୁଗାଁ ଏନଏସି ଅଧକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟାକ୍ଷ ଭଗବାନ ପ୍ରଧାନଙ୍କ ସମେତ ଯୁବନେତା ଜୟକୃଷ୍ଣ ସ୍ବାଇଁ, ମନୁ ସ୍ବାଇଁ, ପ୍ରକାଶ ପ୍ରଧାନ ଓ କାଉନସିଲରମାନେ ଉପସ୍ଥିତ ଥିଲେ l

ପ୍ରଥମଥର ପାଇଁ ଏଭଳି ସୋ ରୁମ ଖୋଲାଥିବାରୁ ଅଂଚଳବାସୀ ଖୁସି ଅଛନ୍ତି। ମନ୍ତ୍ରୀ ଶୁକାନ୍ତ ସାହୁଙ୍କ ଉପସ୍ଥିତି ଯୋଗୁଁ ବାଲୁଗାଁ ବାଣପୁର ଅଂଚଳର ଦଳୀୟ କର୍ମୀଙ୍କ ଭିଡ ଦେଖାଯାଇଥିଲା।

You May Also Like

More From Author

+ There are no comments

Add yours