ପୁରୀରେ ଅବକାରୀ ବିଭାଗର ଚଢ଼ାଉ। ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ବଜ଼ାରସ୍ଥିତ ଯାତ୍ରୀ ନିବାସ ନିକଟ ମୁଖ୍ୟ ରାସ୍ତାରେ ଚଢ଼ାଉ କରି ଅଜୟ ନାଏକଙ୍କୁ ଗିରଫ କରିଛି। ୪୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଏବଂ ସେ ନିଶା ଚୋରା ଚାଲାଣରେ ବ୍ୟବହୃତ କରିଥିବା HONDA DIO, DX ସ୍କୁଟି Registration No-OD 02 CF 3285 ସହ ଗିରଫ କରି ତାଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନ ସୁଗାର (ହେରୋଇନ) ଜବତ କରି କୋଣାର୍କ ଅବକାରୀ ଥାନା କେସ ନଂ ୦୧/୨୩-୨୪ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ଦଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ଏହି ଚଢ଼ାଉରେ ଅବକାରୀ ଏଏସଆଇ ଶ୍ରୀ ଲୋକନାଥ ପାତ୍ର, ବିଶ୍ୱଜିତ ମହାପାତ୍ର, ପ୍ରବୀଣ ବିରାଜ କିରୋ, ସ୍ଵାଗତିକା ଘଡେଇ, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ।