Thu. Oct 15th, 2026

ଅରୁଣାଚଳ ପ୍ରଦେଶ ଉପରେ ନଜର ପକାଇ ଅଡୁଆରେ ପଡିଛି ଚୀନ୍‌। ରାଜ୍ୟର ୧୧ଟି ଅଞ୍ଚଳକୁ ନିଜ ପକ୍ଷରୁ ନାଁ ବଦଳାଇବାକୁ ନେଇ ଭାରତ କଡା ସମାଲୋଚନା କରିଥିଲା। ଏହାପରେ ଏବେ ଆମେରିକାର ପ୍ରତିକ୍ରିୟା ମିଳିଛି। ଆମେରିକାର କହିବା ଅନୁସାରେ, ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ରହିଛି। ଆମେରିକାର କହିବା ଅନୁସାରେ, ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ଓ ଏହି ଅଞ୍ଚଳର ଚୀନ୍‌ ପକ୍ଷରୁ ନାଁ ବଦଳାଯିବା ସମ୍ପୂର୍ଣ୍ଣ ଭାବରେ ଭୁଲ ଓ ନିନ୍ଦନୀୟ।ଚୀନ୍‌ ସବୁବେଳେ ଅରୁଣାଚଳ ପ୍ରଦେଶ ଉପରେ ନିଜର ଦାବି ବଢାଇବାରେ ଲାଗିଛି। ଏବେ ଏହାକୁ ତଓ୍ବାଙ୍ଗ ନାଁରେ ଡାକୁଛି। ଚୀନ୍‌ର କହିବା ଅନୁସାରେ, ଏହା ତିବ୍ଦତର ଦକ୍ଷି ଅଂଶ।ତିବ୍ଦତରେ ଚୀନ୍ ୧୯୫୯ରୁ ଅବୈଧ ଭାବରେ କବଜା କରିବାରେ ଲାଗିଛି ଓ ବହୁ ସଂଖ୍ୟାରେ ତିବ୍ଦତୀୟ ଶରଣାର୍ଥୀ ଅରୁଣାଚଳ ପ୍ରଦେଶ ବାଟ ଦେଇ ଭାରତ ଆସୁଥିଲେ। ହ୍ବାଇଟ ହାଉସର ପ୍ରେସ୍‌ ସଚିବ କେରିନ୍‌-ଜନ୍-ପିୟର କହିଛନ୍ତି, ଆମେରିକା ଦୀର୍ଘ ସମୟ ଧରି ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ବୋଲି ମାନୁଛି। ଆମେ ଏହି ରାଜ୍ୟକୁ କୌଣସି ଅଞ୍ଚଳର ନାମ ବଦଳାଯିବାର ବିରୋଧ କରୁଛୁ। ସେ କହିଛନ୍ତି, ଆମେ ଫୁଣିଥରେ ନିଜର ଷ୍ଟାଣ୍ଡକୁ ଦୋହରାଇଛୁ। ଏହା ପୂର୍ବରୁ ମଙ୍ଗଳବାର ଚୀନ୍‌ର ନିଷ୍ପତ୍ତି ଉପରେ ଭାରତ କଡା ବିରୋଧ କରିଥିଲା। ଭାରତ କହିଥିଲା, ଚୀନ୍‌ ପକ୍ଷରୁ ନାଁ ବଦଳାଇବାକୁ ଆମେ ଗ୍ରହଣ କରୁନାହୁଁ।ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଚୀନ୍ ଦୁଃସାହାସ ଉପରେ କହିଛନ୍ତି, ଆମେ ଏଭଳି ରିପୋର୍ଟ ଦେଖିଛୁ। ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଚୀନ୍‌ ଏଭଳି କାର୍ଯ୍ୟକଳାପ କରିଛି। ଆମେ ସମ୍ପୂର୍ଣ୍ଣ ଭାବରେ ଏହାକୁ ଖଣ୍ଡନ କରୁଛୁ।’ ସେ କହିଛନ୍ତି, ଅରୁଣାଚଳ ପ୍ରଦେଶ ସବୁବେଳେ ଭାରତର ଅଭିନ୍ନ ଅଂଶ ଥିଲା ଓ ରହିବ। ଚୀନ୍ ତୃତୀୟ ଥର ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳର ନାଁ ନିଜ ପକ୍ଷରୁ ରଖିଛି। ଏହା ପୂର୍ବରୁ ସେ ୨୦୧୭ ଓ ୨୦୨୧ ରେ ମଧ୍ୟ ଏଭଳି କାର୍ଯ୍ୟ କରିଥିଲା। ଚୀନ୍ ସେ ସମୟରେ ନାଁ ବଦଳାଇଥିଲା, ଯେତେବେଳେ ପୂର୍ବ ଲଦାଖର ସୀମାରେ ଦୁଇ ଦେଶର ସେନାର ମୁହାଁମୁହିଁ ହୋଇଥିଲା ଓ ଉତ୍ତେଜନା ଲାଗିଥିଲା।

Leave a Reply

Your email address will not be published. Required fields are marked *