Thu. Oct 15th, 2026

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ଠାରୁ କୋନ୍ଧିଓଡା ଛକ ପର୍ଯ୍ୟନ୍ତ ଆର.ଡି ବିଭାଗର ଦୁଇ ଥାକିଆ ରାସ୍ତା ନିର୍ମାଣ ନେଲା ବିଜେପି ନେତାଙ୍କ ଜୀବନ। କ୍ଳଭର୍ଟ ନିର୍ମାଣ ପାଇଁ ରାସ୍ତା ଖୋଲା ଯାଇ ଅତି ଖାମଖିଆଲ ଭାବରେ ନୂଆପଡା ଅନକାବେଡା ପାଖରେ ଡାଇଭରସନ ରାସ୍ତା ନିର୍ମାଣ କରିଥିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇ ବରିଷ୍ଠ ବିଜେପି ନେତା ଅନ୍ତର୍ଯ୍ୟାମୀ ମନହିରା ଆଜି ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ଆଜି ଚନ୍ଦାହାଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ଆର.ଡି ବିଭାଗ ଏବଂ ଠିକାଦାର ଗିରିଧାରୀ ଅଗ୍ରୱାଲଙ୍କ ଏହି ଖାମଖିଆଲ ମନୋଭାବକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l ଏବାଦରେ ଚନ୍ଦାହାଣ୍ଡି ଥାନାରେ ମୃତକ ନେତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ କରିନଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଖଗେଶ୍ୱର ଖୋସଲା ପ୍ରକାଶ କରିଛନ୍ତି l

ମିଳିଥିବା ସୂଚନା ଅନୁସାରେ ଗତ ୩୧ ତାରିଖ ଶୁକ୍ରବାର ଦିନ ବରିଷ୍ଠ ବିଜେପି ନେତା ଅନ୍ତର୍ଯ୍ୟାମୀ ମନହିରା (୪୩) କୌଣସି କାମରେ ନୂଆପଡା ଗ୍ରାମକୁ ଆସିଥିଲେ l କାମ ସାରି ସନ୍ଧ୍ୟା ସମୟରେ ନିଜର ସିଡି ଡିଲକ୍ସ ବାଇକ ଯୋଗେ ନିଜ ଘର ସନ୍ଧିମୁଣ୍ଡାକୁ ଫେରୁଥିଲେ l ନୂଆପଡା ଅନକାବେଡା ମଝି ରାସ୍ତାରେ ଆର.ଡି ବିଭାଗ ଦ୍ୱାରା କ୍ଳଭର୍ଟ ନିର୍ମାଣ ପାଇଁ ରାସ୍ତାକୁ ଏକ ମାସରୁ ଖୋଲାଯାଇ ନିର୍ମାଣ କାର୍ଯ୍ୟ ଠିକା ନେଇ ଥିବା ଠିକାଦାର ଗିରିଧାରୀ ଅଗ୍ରୱାଲ ଅତି ଖାମଖିଆଲ ଭାବରେ ବିଲ ମଧ୍ୟରେ କୌଣସି ଏହାକୁ ଛାଡି ଦେଇ ଥିବାରୁ, ଅନ୍ତର୍ଯ୍ୟାମୀ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟର କୌଣସି ସୁଧାର ନ ଆସିବାରୁ ଚିକିତ୍ସା ପାଇଁ ପରିବାର ଲୋକେ ଛତିଶଗଡ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ l ସେଠାରେ ଆଜି ଚିକିତ୍ସାଧିନ ଅବସ୍ଥା ରେ ସେ ପ୍ରାଣହରାଇ ଥିବା ନେଇ ପରିବାର ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ଲଗାଣ ବର୍ଷା କାଦୁଅରେ ରାସ୍ତା କାଡୁଆ ପଚ ପଚ ହୋଇ ରାସ୍ତା ରେ ଛୋଟ ଛୋଟ ଦୁର୍ଘଟଣା ଦେଖା ଦେଉଥିବାରୁ ଅନକାବେଡା, ନୂଆପଡା ବାସୀ ବାରମ୍ବାର ଠିକାଦାର ଏବଂ ଆର.ଡି ବିଭାଗର ଏସଡିଓ, କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର ଗିରିଧାରୀ ଅଗ୍ରୱାଲଙ୍କୁ ଅନୁରୋଧ କରିବା ସହ ସ୍ଥାନୀୟ ଜନପ୍ରତିନିଧି ସାଂସଦ ବିଧାୟକଙ୍କୁ ଗୁହାରି କରିଥିଲେ ମଧ୍ୟ ସେମାନେ ଗ୍ରାମବାସୀଙ୍କୁ ଆଜିକାଲି କହି ଦିନ ବିତାଉଥିବା ନେଇ ଗ୍ରାମର ବାଲାଜୀ ନାଗ, ଅଭି ରାମ ପାଣ୍ଡେ, ଗୁନସାଗର ପାଣ୍ଡେ ପ୍ରକାଶ କରିଛନ୍ତି l ଏଠାରେ ବିଜେପି ନେତା ଦୁର୍ଘଟଣାଗ୍ରସ୍ତ ହେବା ପରେ ବାଲି ମୋରମ ଦେଇ ଡାଇଭରସନ ରାସ୍ତା ନିର୍ମାଣକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l ଏ ସମ୍ପର୍କରେ ବିଭାଗୀୟ ଏସଡିଓଙ୍କୁ ପଚାରିବାରୁ ଘଟଣାକୁ ସ୍ୱୀକାର କରିବା ସହ ଡାଇଭରସନ ରାସ୍ତା ଠିକ ଭାବରେ ନିର୍ମାଣ କରାଯିବା ସହ ଖୁବ ଶିଘ୍ର ଖୋଲା ଯାଇଥିବା କ୍ଳଭର୍ଟ କାର୍ଯ୍ୟ ସମାପ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି l

ଏ ସମ୍ପର୍କରେ ଠିକାଦାର ଗିରିଧାରୀ ଅଗ୍ରୱାଲଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା l ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନି l ଏ ଦିଗରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି l

Leave a Reply

Your email address will not be published. Required fields are marked *