ଗୋଦାବରୀଶ ମହାବିଦ୍ୟାଳୟ ବାଣପୁରର ପୁରାତନ ଛାତ୍ର ସଂଗଠନର ସାଧାରଣ ପରିଷଦ ବୈଠକ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ୧୯୬୩-୨୦୨୩ ମସିହା ପର୍ଯ୍ୟନ୍ତ ପୁରାତନ ଛାତ୍ର ସଂଘର ହୀରକ ଜୟନ୍ତୀ ପାଳନ ଅବସର ଓ ମୋ କଲେଜ ଅଭିଯାନ ନିମନ୍ତେ ପୁରାତନ ଛାତ୍ର ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଘର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦେବେନ୍ଦ୍ର ନାଥ ମାନସିଂହଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା।

ଆଲୋଚନାରେ ଉପସ୍ଥିତ ପୁରାତନ ଛାତ୍ର ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ତଥା ପୁରାତନ ଛାତ୍ର ସଂଗଠନର ଉପସଭାପତି ମିଟୁ ନାୟକ, ଉପସଭାପତି ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ସଂଗଠନର କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ପ୍ରଦାନ, ପୂର୍ବତନ ଆଇଏଫ୍ଏସ୍ ଅଫିସର ଆଶୁତୋଷ ସାମନ୍ତ ସିଂହାର, ପୁରାତନ ଛାତ୍ର ସଂଗଠନର ସଂପାଦକ ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ର ରାଜ୍ୟର ବିଭିନ୍ନ ଅଂଚଳରୁ ପହଞ୍ଚିଥିବା ପୁରାତନ ଛାତ୍ର ସଂଗଠନ ସଭ୍ୟମାନଙ୍କ ସାହାଯ୍ୟ ଓ ସହଯୋଗରେ ଗୋଦାବରୀଶ ମହାବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ପହଞ୍ଚିଥିଲେ।

ଉପସ୍ଥିତିରେ ସଂଗଠନର ସଭାପତି ଓ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶଦ ଆଲୋଚନାରେ ପୂର୍ବତନ ମନ୍ତ୍ରୀ ଡା.ମାନସିଂହ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ଡ.ପାଟ୍ଟଶାଣୀ ପୂର୍ବତନ ଆଇ ଏଫ୍ ଏସ ଅଧିକାରୀ ଆଶୁତୋଷ ସାମନ୍ତସିଂହାର କଲେଜ ତଥା ଏହାର ଉନ୍ନତୀ କରଣରେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଭୂମିକା ଗ୍ରହଣୀୟ। ସେମାନଙ୍କ ସୁଚିନ୍ତିତ ମତାମତ ଦେବାସହ ସଂଗଠନର ଉନ୍ନତି ଆଲୁମ୍ନି ଗଠନ ଓ ଏହା କେବଳ ସଂଗଠନ ଦ୍ବରା ଫଳପଦ ନିଶ୍ଚିତ ହୋଇପାରିବ। ଏଥିରେ ଆଲୁମ୍ନୀର ଭୂମିକା ଗୁରୁତ୍ବପୂର୍ଣ୍ଣ।

ଆସନ୍ତା ଜୁଲାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଗୋଦାବରୀଶ ମହାବିଦ୍ୟାଳୟର ୧୯୬୩-୨୦୨୩ ମସିହା ହୀରକ ଜୟନ୍ତୀ କିପରି ଭାବରେ ହୋଇ ପାରିବ ସେ ଉପରେ ଆଲୋଚନା କରିଥିଲେ। ଆଜିର ପୁରାତନ ଛାତ୍ରମାନଙ୍କୁ ଏକତ୍ରିତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଗାମୀ ଦିନରେ ଗୋଦାବରୀଶ ମହାବିଦ୍ୟାଳୟର କିପରି ଉନ୍ନତି ହୋଇ ପାରିବ ଏଥି ପାଇଁ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ଅବଦାନ ନିହାତି ଆବଶ୍ୟକ ରହିଛି। ବିଦ୍ୟାଳୟ ପକ୍ଷରୁ ସେଥିପାଇଁ ପୁରାତନ ଛାତ୍ର ସଂଗଠନ କରାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କିଛି ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଆଲୋଚନାରେ ଦୂର ଦୂରାନ୍ତରୁ ଆସି ପହଞ୍ଚିବା ଓ ଆଗାମୀ ପିଢି ପାଇଁ ସହଯୋଗର ହାତ ବଢାଇଥିବାରୁ ନବ ଗଠିତ ସଂଗଠନ ତରଫରୁ ଧନ୍ୟବାଦ ଦିଆଯାଇଥିଲା। ଅନ୍ୟାନ୍ୟ ବିଭାଗରେ କର୍ମକର୍ତା ଇଚ୍ଛୁକ ପୁରାତନ ଛାତ୍ରଛାତୀଙ୍କୁ ଯୋଗ କରିବାର ପ୍ରସ୍ତାବ ନିଆଯାଇଥିଲା। ଯଦିବା କିଛି ମନ୍ତବ୍ୟ ଭିନ୍ନଥିଲା ତଥାପି ଉପସ୍ଥିତ ପୂରାତନ ଛାତ୍ରଛାତ୍ରୀ ଦୀର୍ଘଦିନ ପରେ ମିଶିବାର ଆନନ୍ଦ ନେଇଥିଲେ। ଆଗାମୀ ଦିନରେ ହୀରକ ଜୟନ୍ତୀ ଅବସରରେ ପୁରାତନ ଛାତ୍ର ସଂଗଠନର ସଂପୂର୍ଣ୍ଣ ଭାବେ ଗୋଟିଏ ଦିନ ପାଳନ କରିବାର ସୁବିଧା ଦିଆଯିବ।

You May Also Like

More From Author

+ There are no comments

Add yours