Wed. Oct 14th, 2026

ଆଧୁନିକ ଯୁଗରେ ଭାରତର କୋଣ ଅନୁକୋଣରେ ଅତ୍ୟାଧୁନିକ 5G ସେବା କାର୍ଯ୍ୟକାରୀ ହେଲାଣି ।କିନ୍ତୁ ଦୁର୍ଗମାଞ୍ଚଳ ରେ ଏବେ ବି ଅପହଞ୍ଚ , ମୋବାଇଲ ନେଟୱର୍କ ସେବା । ଏଥିପାଇଁ ଅନେକ ସ୍ଥାନରେ କେଉଁଠି ପାହାଡ଼ ଉପରେ ତ ଅନ୍ୟ କେଉଁଠାରେ ଗଛ ଉପରେ ଚାଲିଛି ମିଶନ ଶକ୍ତିର ଵ୍ୟାଙ୍କିଂ ସେବା । ଗ୍ରାମାଞ୍ଚଳ ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ପ୍ରତିଦିନ ପାହାଡ ଚଢୁଛନ୍ତି ମିଶନ ଶକ୍ତିରେ ନିୟୋଜିତ ଜଣେ ବ୍ୟାଙ୍କ ସଖୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମାଞ୍ଚଳ ମଳାସପଦର ପଞ୍ଚାୟତରେ । ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ବ୍ୟାଙ୍କିଂ ସେବା ଓ ଡିଜିଟାଲ ସେବା ଯୋଗାଇବା ପାଇଁ ଗତ ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମାଧ୍ୟମରେ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା। ମିଶନ ଶକ୍ତି ତରଫରୁ ମଳାସପଦର ପଞ୍ଚାୟତର ଛଣବଣିଆ ଗାଁର ସନିଆ ଗାନ୍ଧୀ ସ୍ଵୟଂ ସହାୟିକା ମହିଳା ସଂଘର ଚରିତା ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ହେଲେ ଦୁଃଖ ଓ ପରିତାପର ବିଷୟ ହେଲା ଅଞ୍ଚଳରେ ନେଟୱର୍କ ସୁବିଧା ନ ଥିବାରୁ ନୀତି ଛଣବଣିଆ ଗାଁ ଠାରୁ ଗୋଟିଏ କିମି ପାହାଡ ଚଢ଼ି ସକାଳ ୬ ଟା ରୁ ସନ୍ଧ୍ୟା ୬ଟା ଯାଏଁ ଲୋକଙ୍କୁ ସେବା ଯୋଗାଉଛନ୍ତି । ପାହାଡ଼ ଶିଖରରେ ଥିବା ଏକ ନିର୍ଦ୍ଦିଷ୍ଟ ଗଛମୂଳ କୁ ଗୋଟିଏ ନେଟୱର୍କ ସିଗ୍ନାଲ ଆସୁଥିବା ବେଳେ ଗଛରେ ବନ୍ଧା ହୋଇଛି ମିଶନ ଶକ୍ତିର ବ୍ୟାନର , ଆଉ ଗଛ ଡ଼ାଳରେ ୱାଇଫାଇ ଟଙ୍ଗା ହୋଇଛି । ମୋବାଇଲରେ ନେଟୱର୍କ କନେକ୍ସନ୍ କରି ଲୋକଙ୍କୁ ସେବା ଯୋଗାଉଛନ୍ତି ଏହି ବ୍ୟାଙ୍କ୍ ସଖୀ ଜଣଙ୍କ। ଏଥିପାଇଁ ବିଭିନ୍ନ ଗାଁର ବୟସ୍କଙ୍କୁ ଭତ୍ତା ଟଙ୍କା, ମନରେଗା ଯୋଜନାରେ ଟଙ୍କା ଉଠାଣ ସମେତ ମୋବାଇଲ୍ ଓ ଡିସଟିଭି ରିଚାର୍ଜ ସମେତ ବିଭିନ୍ନ ଡିଜିଟାଲ କ୍ଷେତ୍ରରେ ସେବା ପାଇବା ପାଇଁ ଲୋକଙ୍କୁ ବହୁ କଷ୍ଟରେ ପାହାଡ ଚଢ଼ିବାକୁ ପଡୁଛି । ଅଞ୍ଚଳରେ ନେଟୱର୍କ ନ ଥିବାରୁ ଲୋକେ ଆମ୍ବୁଲାନ୍ସ ସେବା ଭଳି ଜରୁରୀକାଳୀନ ସେବାରୁ ପାଇବାରୁ ବଞ୍ଚିତ। ସେହିଭଳି ଛାତ୍ର ଛାତ୍ରୀ ମାନେ ଅନଲାଇନ୍ ପାଠ ପଢିବା ସୁବିଧା ରୁ ବଞ୍ଚିତ ହେଉଛନ୍ତି। ବିଶେଷ କରି ଦିବ୍ୟାଙ୍ଗ ମାନେ ଭତା ଟଙ୍କା ପାଇବା ପାଇଁ ପାହାଡ଼ ଚଢିବା ମୁସ୍କିଲ ହେଉଥିବା ବେଳେ ଅଧିକ ଟଙ୍କା ଖର୍ଚ୍ଚାନ୍ତ ହୋଇ ଦୁର ସ୍ଥାନକୁ ଯିବାକୁ ପଡୁଛି।

ଦେଶରେ ଏବେ ଅତ୍ୟାଧୁନିକ ହାଇ ସ୍ପିଡ ୫ଜି ସେବା ଆରମ୍ଭ ହୋଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ୫ଜି ସେବା ତ ଦୂରର କଥା ସାଧାରଣ ନେଟୱର୍କ ସୁବିଧା ଏମାନଙ୍କ ପାଇଁ ସାତ ସପନ ହୋଇଯାଇଛି । ତେବେ ସମସ୍ୟା ନେଇ ଅଞ୍ଚଳବାସୀ ବହୁବାର ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିମାନଙ୍କ ନିକଟରେ ଅଭିଯୋଗ ଜଣାଇଆସୁଛନ୍ତି ହେଲେ ମଧ୍ୟ ସମସ୍ୟାର ଦୁର ହୋଇପାରିନାହିଁ । ତେବେ ତୁରନ୍ତ ଅଞ୍ଚଳରେ ନେଟୱର୍କ ସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଙ୍କ ସମେତ ଦିବ୍ୟାଙ୍ଗ ମହିଳା ପ୍ରମିତା ଗମାଙ୍ଗ, ଛଣବଣିଆ ଗ୍ରାମର ରଞ୍ଜିତ କୁମାର ମଲ୍ଲିକ,ମାଳତୀ ମଣ୍ଡଳ, ମଳାସପଦର ଗ୍ରାମର ମିଥୁନ ଦଳାଇ ପ୍ରମୁଖ ଦାବି କରିଛନ୍ତି।

ଗଜପତି ଜିଲ୍ଲା ମୋହନାରୁ ପ୍ରେମାନନ୍ଦ ପୁଜାରୀଙ୍କ ରିପୋର୍ଟ,ଶବ୍ଦ ମିଡିଆ

Leave a Reply

Your email address will not be published. Required fields are marked *