ଆଜି ରାମ ନବମୀ।ମର୍ଯ୍ୟଦା ପୁରୁଷ ଶ୍ରୀରାମ ଚନ୍ଦ୍ର ଙ୍କ ପବିତ୍ର ଜନ୍ମ ତିଥି।ଏହି ପବିତ୍ର ତିଥି ରୁ ଆରମ୍ଭ ହୋଇଛି ପୁରୀ ର ପ୍ରସିଦ୍ଧ ସାହିଯାତ।ଯାହା ରାମ ନବମୀ ଠାରୁ ଶ୍ରୀରାମଚନ୍ଦ୍ର ଙ୍କ ରାଜ୍ୟାଭିଷେକ ପର୍ଯ୍ୟନ୍ତ ଅର୍ଥାତ ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଆଜି କାଳୀକାଦେବୀ ସାହିରୁ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି।ଜିଲ୍ଲାପାଳ ସମର୍ଥ ବର୍ମା ସଂଧ୍ୟାରେ କାଳୀକାଦେବୀ ସାହିରେ ପହଞ୍ଚି ଥିଲେ।ସାହି ପକ୍ଷରୁ ଜିଲ୍ଲାପାଳ ଙ୍କୁ ସ୍ୱାଗତ କରାଯାଇଥିଲା।ପରେ ରାମ,ଲକ୍ଷ୍ମଣ,ଭରତ ଓ ଶତ୍ରୁଘ୍ନ ଋଷ୍ୟଶୃଙ୍ଗ ମୁନି ଙ୍କ ସହ ଶ୍ରୀମନ୍ଦିର କୁ ଗସ୍ତ କରିଥିଲେ।ସେଠାରେ ଶ୍ରୀରାମଙ୍କ ଜନ୍ମ ନିତୀ ଅନୁଷ୍ଠିତ ହେବା ପରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନାଗା ମେଢ,ସପ୍ତଶୀରା,ନବଶୀରା,ନୃସିଂହ ମେଢ, ପଞ୍ଚମୁଖୀ ହନୁମାନ, ବୀରକର୍ଣ୍ଣ ଇତ୍ୟାଦି କଳା ପ୍ରଦର୍ଶନ କରି ବନ୍ଧୁ ସାହି ମାଟି ମଣ୍ଡପ ସାହି ପରିକ୍ରମା କରିଥିଲା।ମାଟି ମଣ୍ଡପ ସାହିରେ କାଳୀକାଦେବୀ ସାହିର ଏହି ଶୋଭାଯାତ୍ରା କୁ ବିପୁଳ ସ୍ୱାଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା , ଦୋଳମଣ୍ଡପ ସାହିର ଉପସଭାପତି ରାମଚନ୍ଦ୍ର ଦାସମହାପାତ୍ର,ଗୌଡ଼ବାଡ ସାହି ସଦସ୍ୟ ଚକ୍ରଧର ମହାପାତ୍ର ,ବାଲିସାହି ସମ୍ପାଦକ ନରେନ୍ଦ୍ର କୁମାର ମହାନ୍ତି, ମାର୍କଣ୍ଡେଶ୍ୱର ସାହି ସଦସ୍ୟ ରବି ନାରାୟଣ ଦାସ,ହରଚଣ୍ଡି ସାହି ସମ୍ପାଦକ ନାରାୟଣ ମେକାପ, କୁଣ୍ଢେଇ ବେଣ୍ଟ ସାହି ସମ୍ପାଦକ ଜଗନ୍ନାଥ ମହାପାତ୍ର,ପ୍ରମୁଖ ଯୋଗ ଦେଇଥିଲେ।କାଳୀକାଦେବୀ ସାହିର ସଭାପତି ଲକ୍ଷ୍ମୀକାନ୍ତ ରଥ, ସମ୍ପାଦକ ପ୍ରଫୁଲ୍ଲ ଖୁଣ୍ଟିଆ, କାର୍ଯ୍ୟ କାରୀ ସଭ୍ୟ ଆଦିତ୍ୟ ମେକାପ, ଶକ୍ତି ପ୍ରସାଦ ମହାପାତ୍ର, ସୋମନାଥ ପଣ୍ଡା, ଭଗବାନ ଦାସମହାପାତ୍ର, ରାମଚନ୍ଦ୍ର ମେକାପ, ହରିହର ରଥ,ଶିବ ଶଙ୍କର ରଣା, ଶକ୍ତି ପ୍ରସାଦ ରଥ,ବାଇଧର ପଣ୍ଡା, ଚିନୁ ସୁଆର, ଭବାନୀ ଶଙ୍କର ସାହୁ, ଦୀପକ କୁମାର ମହାନ୍ତି, ରମେଶ ଚନ୍ଦ୍ର ରଥ,କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ମାନଙ୍କୁ ସ୍ୱାଗତ ଓ କାର୍ଯ୍ୟ ପରିଚାଳନା କରିଥିଲେ। ସାହିଯାତ ପଟୁଆର ରେ ରାଜେଶ କୁମାର ପଣ୍ଡା, ରଘୁନାଥ ପଣ୍ଡା,ରାଜ ପ୍ରସାଦ ରଥ,ଶୁଭମ ବିଶ୍ୱାଳ,ଶଙ୍କର ରାଉତ, ସୌମେନ୍ଦ୍ର ବାରିକ,ରାଜେଶ କୁମାର ବାରିକ, ରାହୁଲ ଲାଲ,ଦେବେନ୍ଦ୍ର ମହାନ୍ତି, ପ୍ରିୟଦର୍ଶିନୀ ମହାନ୍ତି, ସୁମିତ ସାହୁ, ବିକାଶ ମହାପାତ୍ର, ସାଇ ଶକ୍ତି ପ୍ରସାଦ ବେହେରା,, ବ୍ରହ୍ମା ପ୍ରସାଦ ଦାସ ଓ ସୋମନାଥ ବେହେରା ପ୍ରମୁଖ କଳାକାର ମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ।
You May Also Like
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
+ There are no comments
Add yours