ମାଆ ଭଗବତୀଙ୍କ ପୀଠରେ ଅଶୋକାଷ୍ଟମୀ

ଭଉଣୀ ନାରାୟଣୀଙ୍କୁ ନିମନ୍ତ୍ରଣ କରି ଅଶୋକାରୁ ଫେରିଲେ ମା’ ଭଗବତୀ । ଚୈତ୍ର ଶୁକ୍ଳ ଅଷ୍ଟମୀ ଅଶୋକାଷ୍ଟମୀ ଭାବରେ ମା’ ଭଗବତୀଙ୍କ ପୀଠରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ବାରମାସରେ ତେର ଯାତ୍ରା ମଧ୍ୟରୁ ଅଶୋକ ଯାତ୍ରା ମା’ଙ୍କର ବର୍ଷର ଶେଷ ଯାତ୍ରା। ଏହି ଦିନ ମା’ଦକ୍ଷିଣ ଦିଗ ରକ୍ଷାକାରିଣୀ ଭାଲେରୀ ପାହାଡ଼ ଖୋଲରେ ପୂଜିତା ଭଉଣୀ ନାରାୟଣୀଙ୍କ ମନ୍ଦିରକୁ ଯାତ୍ରା କରି ଅଶୋକ ଫୁଲ ଓ ପଇଡ଼ ପାଣି ଲାଗି ହୋଇ ରାତ୍ରିକାଳରେ କାକରା ପିଠା ସେବନ କରି ଶାରଦୀୟ ପର୍ବକୁ ଭଉଣୀଙ୍କୁ ନିମନ୍ତ୍ରଣ କରି ମନ୍ଦିରକୁ ଫେରିବାର ପରମ୍ପରା କାହିଁ କେଉଁ କାଳରୁ ଚଳିଆସିଥିଲା । ବେଳେ କିଛି ବର୍ଷ ହେବ ତାହା ବନ୍ଦ ହୋଇ ଭାଲେରୀ ପାହାଡ଼ର ପାଦ ତଳେ ଶାଳିଆ ନଦୀ କୂଳରେ ମାଳି ଗୋବିନ୍ଦ ପୁରଠାରେ ପୂଜିତ ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଗତିଶ୍ଵର ଦେବଙ୍କ ପୀଠରେ ବିଧିରକ୍ଷା ପୂର୍ବକ ଅଶୋକ ଯାତ୍ରା ପାଳନ କରାଯାଉଛି । ଅଷ୍ଟମୀର ସକାଳୁ ମା’ଙ୍କ ଅଙ୍ଗରାଗ ମାଜଣା , ବେଶ, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ ପରେଶଙ୍କୁତି ଧିପସାରି ମା’ ଯାତ୍ରା ପଡ଼ିଆକୁ ବାହାରି ଥିଲେ । ଶ୍ରୀ ଶ୍ରୀ ଗତି ଶ୍ୱରଦେବଙ୍କ ସେବାୟତ, ଗ୍ରାମବାସୀ ବୃନ୍ଦ ନିମନ୍ତ୍ରଣ ଓ ଚଉଦୋଳ ଧରି ମନ୍ଦିରକୁ ଆସିଥିଲେ । ମା’ଙ୍କ ସେବାୟତ ଚାମର ଆଲଟ ବାଜା ଘଣ୍ଟା ଘଣ୍ଟକାହାଳୀ ବଜାଇ ଥାଟ ପଟୁଆରରେ ଦ6କ୍ଷଶ୍ଵର ଦେବ, ଗୋପୀନାଥ ଦେବ ଓ ଶ୍ରୀରଙ୍କ ଦେବଙ୍କ ସହ ଦୁଲଣୀ ଶାସନର ଗୋପୀନାଥ ଦେବଙ୍କ ସହମିଶି ଯାତ୍ରା ପଡ଼ିଆକୁ ବିଜେ କରି ଗତିଶ୍ଵର ଦେବଙ୍କ ପୀଠରେ ଆସ୍ଥାନ ଗ୍ରହଣ କରିଥିଲେ। ପ୍ରଥମେ ପଣସପତ୍ର ଠୋଲାରେ ଅଶୋକ ଫୁଲ, ଓ ପଇଡ଼ଲାଗି କରାଯାଇଥିଲା । ଅସହ୍ୟ ଗରମରୁ ଶୀତଳ ଲାଗି ପାଇଁ କେବଳ ପଇଡ଼ ପହରକୁ ପହର ଧୂପବଢିଥିଲା । ରାତିରେ ମା’ଙ୍କୁ କାକରା ଧୂପ ପରେ ଯାତ୍ରା ଶେଷପୂର୍ବରୁ ମା’ନାରାୟଣୀଙ୍କୁ ଆଗାମୀ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ମନ୍ଦିରକୁ ବାହୁଡ଼ିବା ବାଟରେ ବାପ ଘର ପରିଛା ସାଆନ୍ତଙ୍କ ଦୂଆରେ ନିଶଙ୍କୁଡ଼ି ଭୋଗ ଖାଇ ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରକୁ ପ୍ରବେଶ କରିଥିଲେ । ମାଳିଗୋବିନ୍ଦପୁରର ଗ୍ରାମବାସୀ, ସ୍ଥାନୀୟ ଆରକ୍ଷୀ, ଓ ଏଣ୍ଡା ଓ ମେଣ୍ଟ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଅଶୋକାଷ୍ଟମୀରେ ମା’ଙ୍କ ଅଶୋକ ଫୁଲ ପ୍ରସାଦ ପାଇବା ସହିତ ମା’ଙ୍କୁ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ପ୍ରବଳ ଜନଗହଳି ହୋଇଥିଲା । ଚଳିତ ବର୍ଷର ମା’ଙ୍କରଶେଷ ଯାତ୍ରା ଅଶୋକା ଶେଷ ହୋଇ ମହାବିଷୁବରେ ଉତ୍ତରଦିଗକୁ ଯାତ୍ରା ପୁଣି ବର୍ଷର ପ୍ରଥମ ପଣାଯାତ୍ରା ଭାବରେ ପାଳନ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧି କାରୀ ବାଳମୁକୁନ୍ଦ ଦାସ କହିଛନ୍ତି ।

You May Also Like

More From Author

+ There are no comments

Add yours