Wed. Oct 14th, 2026

ନୂଆଦିଲ୍ଲୀ,୩୦।୩ : ଗୁରୁବାର ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି ରାମ ନବମୀ ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ବଳିଦାନ ଏବଂ ସେବାର ଅମୂଲ୍ୟ ବାର୍ତ୍ତା ପୁରୁଷୋତ୍ତମ ଶ୍ରୀ ରାମଙ୍କ ଚରିତ୍ରରୁ ପ୍ରାପ୍ତ ହୋଇଛି। ମୋର ଶ୍ରେଷ୍ଠ ଇଚ୍ଛା ଯେ ସମସ୍ତ ଦେଶବାସୀ ଭଗବାନ ରାମଙ୍କ ଉଚ୍ଚ ଆଦର୍ଶକୁ ଗ୍ରହଣ କରନ୍ତୁ ଏବଂ ଏକ ଗୌରବମୟ ଭାରତ ଗଠନ ପାଇଁ ନିଜକୁ ଉତ୍ସର୍ଗ କରନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ପ୍ରଭୁ ରାମଙ୍କ ଜୀବନ ପ୍ରତ୍ୟେକ ଯୁଗରେ ମାନବିକତା ପାଇଁ ପ୍ରେରଣା ଉତ୍ସ ପାଲଟିଛି।

Leave a Reply

Your email address will not be published. Required fields are marked *