ଶବ୍ଦ ଓଡିଶା ବ୍ୟୁରୋ: ବିପର୍ଯ୍ୟୟ ମୁକାବିଲାକୁ ସୁଦୃଢ଼ କରିବା ନିମନ୍ତେ ବିଶ୍ୱବ୍ୟାଙ୍କ ଓଡ଼ିଶାକୁ ୧୦୦ ମିଲିୟନ ଡଲାର (ପ୍ରାୟ ୭୦୦କୋଟି ଟଙ୍କା) ଋଣ ମଞ୍ଜୁର କରିଛି।ବାତ୍ୟା ଆଦି ବିପର୍ଯ୍ୟୟର ଆଗୁଆ ସୂଚନା ସମେତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଉପକୂଳରେ ରହୁଥିବା ଗରିବ ଲୋକମାନଙ୍କ ସାମାଜିକ ସୁରକ୍ଷାକୁ ବୃଦ୍ଧି ଦିଗରେ ଏହି ଅର୍ଥ ଖର୍ଚ୍ଚ ହେବ।
ବିଶ୍ୱବ୍ୟାଙ୍କର ଭାରତ ମୁଖ୍ୟ ଅଗଷ୍ଟେ ଟାନୋ କୌମେ କହିଛନ୍ତି ଯେ ‘ଓଡ଼ିଶା ଷ୍ଟେଟ୍ କାପାବିଲିଟି ଆଣ୍ଡ ରେଜିଲେଂଟ ଗ୍ରୋଥ୍ ପ୍ରୋଗାମ’ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ । ପ୍ରାକୃତିକ ବିପର୍ଯ୍ୟୟବେଳେ କ୍ଷୟକ୍ଷତି ହ୍ରାସ ସହ ଆଗୁଆ ବିପର୍ଯ୍ୟୟ ସୂଚନା ଦେବା ଏବଂ ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରି ବିପର୍ଯ୍ୟୟ ମୁକାବିଲା ଯୋଜନାକୁ ସୁଦୃଢ଼ କରାଯାଇ ପାରିବ।
