Wed. Oct 14th, 2026

ଆଜିକାଲି ଲୋକଙ୍କୁ ରୋଗ ହେବା ଏକ ସାଧାରଣ କଥା ପାଲଟିଗଲାଣି। ଲୋକଙ୍କୁ ଭିନ୍ନ ଭିନ୍ନ ରୋଗ ଦିନକୁ ଦିନ ମାଡିବସୁଛି। ବର୍ତ୍ତମାନ ସବୁଠାରୁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ। ଆଉ ଏହି ରୋଗରୁ ମୁକ୍ତି ପାଇବା ପାଇଁ ସମସ୍ତେ ମେଡିସିନ ଖାଇଥାନ୍ତି। କିନ୍ତୁ ବିଶେଷଜ୍ଞଙ୍କ ମତ, ଯଦି ଆପଣ କିଛି ଘରୋଇ ଉପଚାର ଆପଣାନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଫଳପ୍ରଦ ହେବ।

ତୁଳସୀକୁ ଔଷଧୀୟ ଗୁଣର ରାଣୀ କୁହାଯାଏ। ଏହା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଭାରତୀୟ ପତ୍ରରେ ବ୍ୟବହୃତ ହେଉଥିବା ତରକାରୀ ପତ୍ର ଏକ ସାଧାରଣ ଉପାଦାନ। ତରକାରୀ ପତ୍ରର ନିୟମିତ ବ୍ୟବହାର ଇନସୁଲିନ୍‌ ତିଆରି କରୁଥିବା କୋଷଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହି କୋଷ ଗୁଡିକ ରକ୍ତରେ ଶର୍କରା ସ୍ତରକୁ ନି୍ରନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ନିମ୍ୱ ପତ୍ରର ଅନେକ ସ୍ୱାସ୍ଥ୍ୟ ଉପାକର ମଧ୍ୟ ଅଛି। ପ୍ରମାଣ ଅଛି ଯେ ପ୍ରତିଦିନ ନିମ୍ୱ ପତ୍ର ଖାଇବା ଦ୍ୱାରା ରକ୍ତରେ ସୁଗାର ସ୍ତର କମିଯାଏ।ମଧୁମେହ ଏବଂ ସାଧାରଣ ରକ୍ତଚାପ ପାଇଁ ସାଧାରଣ ସନ୍ତୁଳନ ଖାଦ୍ୟ ବା ସୁସ୍ଥ ଖାଦ୍ୟ ବଜାୟ ରଖିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *