Wed. Oct 14th, 2026

ବଢ଼ିବ ଔଷଧର ମୂଲ୍ୟ। ଏପ୍ରିଲ ୧ରୁ କେତେକ ଔଷଧର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ପାଇବାକୁ ଯାଉଥିବା ସୂଚନା ମିଳିଛି। ସେଥିମଧ୍ୟରେ ରହିଛି ଆଣ୍ଟିବାୟୋଟିକ, ପେନ୍‌ କିଲର ବା ଯନ୍ତ୍ରଣା ନିବାରକ ବଟିକା, ସଂକ୍ରମଣ ନିରୋଧୀ ଓ ହୃଦ୍‌ରୋଗ ଚିକିତ୍ସା ଔଷଧ।

ବହୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଜନତାଙ୍କୁ ଛଟପଟ କରୁଥିବାବେଳେ ଆଏ ଏକ ଦୁଃସମ୍ବାଦ ସାମ୍ନାକୁ ଆସିଛି। ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରକ କର୍ତ୍ତୃପକ୍ଷ ଗତ ବର୍ଷ ବିଭିନ୍ନ ସିଡ୍ୟୁଲ୍ଡ ଔଷଧର ପାଇକାରୀ ମୂଲ୍ୟ ସୂଚୀରେ ୧୦.୭ ପ୍ରତିଶତ ପରିବର୍ତ୍ତନ କରିବା ସହ ସିଡ୍ୟୁଲ୍ଡ ଔଷଧ ତାଲିକା ବାହାରେ ଥିବା ଔଷଧଗୁଡ଼ିକର ୧୦ ମୂଲ୍ୟ ପ୍ରତିଶତ ବୃଦ୍ଧି କରିଥିଲେ। ଏବେ କ୍ରମାଗତ ଦ୍ବିତୀୟ ବର୍ଷ ମୂଲ୍ୟ ବୃଦ୍ଧି ଘଟିବାକୁ ଯାଉଛି। ଏହାଦ୍ବାରା ପ୍ରାୟ ୮୦୦ ଔଷଧ ଓ ଚିକିତ୍ସା ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ ବୋଲି ଏନ୍‌ପିପିଏ ସୂତ୍ରରୁ ପ୍ରକାଶ। ଏଥିମଧ୍ୟରେ ୨୭ଟି ରୋଗର ଚିକିତ୍ସାରେ ବ୍ୟବହୃତ ୯୦୦ ଔଷଧ ପ୍ରସ୍ତୁତିରେ ଉପଯୋଗୀ ୩୮୪ ମଲିକ୍ୟୁଲ ବା ଉପାଦାନ ରହିଛି; ଯାହାର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ଘଟିବ। ଏହାଦ୍ବାରା ସବୁ ଶ୍ରେଣୀର ଗ୍ରାହକ ପ୍ରଭାବିତ ହେବେ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ଏହାର ବିକଳ୍ପ ଭାବେ ଲୋକେ ଜେନେରିକ ଔଷଧ ଉପରେ ନିର୍ଭର କରିବେ; ଯାହା ନାମୀ କମ୍ପାନୀର ଔଷଧ ତୁଳନାରେ ୯୦% ଶସ୍ତା ବୋଲି ସେମାନେ କହନ୍ତି।

Leave a Reply

Your email address will not be published. Required fields are marked *