
ଚୀନ୍ର ଋଣ ଜାଲରେ ବିଶ୍ବର ବହୁ ଦେଶ। ପାକିସ୍ତାନ, ଶ୍ରୀଲଙ୍କା ସହିତ ମୋଟ ୨୨ଟି ବିକାଶଶୀଳ ଦେଶକୁ ବହୁ ପରିମାଣରେ ଲୋନ୍ ବାଣ୍ଟିଛି। ବର୍ତ୍ତମାନ ଏହି ଦେଶ ଋଣ ପରିଶୋଧ କରିବାରେ ଅସମର୍ଥ ଓ ତାଙ୍କ ଆଗରେ ଡିଫଲ୍ଟର ହେବାର ବିପଦ ରହିଛି। ଏକ ରିପୋର୍ଟ ଅନୁସାରେ ଚୀନ୍ ଗତ ଦୁଇ ଦଶକ ହେବ ଏହି ଦେଶକୁ ୨୪୦ ବିଲିୟନ ଡଲାର ବେଲ୍ଆଉଟ୍ ଲୋନ୍ ଦେଇଛି।ଏଥିରୁ ଅଧିକାଂଶ ଲୋନ୍ ସେହି ଦେଶକୁ ଦିଆଯଇଛି, ଯେଉଁମାନେ ତାଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବେଲ୍ଟ ଆଣ୍ଡ ରୋଡ୍ ପ୍ରୋଜେକ୍ଟର ଅଂଶ ଅଟେ। ଏଥିରେ ଶ୍ରୀଲଙ୍କା, ପାକିସ୍ତାନ ଓ ତୁର୍କୀ ସାମିଲ ରହିଛି। ଷ୍ଟଡି ଅନୁସାରେ, ଚୀନ୍ ଏହି ଦେଶକୁ ଇନଫ୍ରାଷ୍ଟ୍ରକଚର ଡେଭଲପ୍ କରିବା ନାମରେ ଲୋନ୍ ଦେଇଥିଲା।ଏଥିରେ ଅଧିକାଂଶ ଦେଶ କମ୍ ଆୟ ବର୍ଗର ରହିଛି ଓ ତାଙ୍କ ଟାରୁ ଲୋନ୍ ଆଦାୟ କରିବା କଷ୍ଟକର ହେବ। ୟୁଏସ୍ ସ୍ଥିତ ରିସର୍ଚ୍ଚ ଫର୍ମ ଏଡ୍ଡେଟା, ଓ୍ବାର୍ଲ୍ଡ ବ୍ୟାଙ୍କ ଓ ହାଓ୍ବର୍ଡା କେନେଡି ସ୍କୁଲ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଏହି ବେଲ୍ ଆଉଟ୍ ଲୋନ୍ରେ ୨୦୧୬ ରୁ ୨୦୨୧ ବେଳେ ବଡ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ରିସର୍ଚ୍ଚ ଅନୁସାରେ, ଚୀନ୍ ବିକାଶଶୀଳ ଦେଶକୁ ଯେଉଁ ଲୋନ୍ ବାଣ୍ଟନ୍ତି, ତାଙ୍କର ୮୦ ପ୍ରତିଶତ ମୂଲ୍ୟ ଏହି ୫ ବର୍ଷ ବେଳେ ଦିଆଯାଇଛି। ବେଲ୍ଟ ଆଣ୍ଡ ରୋଡ୍ ପ୍ରୋଜେକ୍ଟରେ ସାମିଲ ଏହି ଦେଶକୁ ଗତ କିଛି ବର୍ଷରେ ବହୁ ସମସ୍ୟା ସହିବାକୁ ପଡିଛି।ଗୋଟିଏ ପଟେ ଏହି ଦେଶ ଗୁଡିକ ଚୀନ୍ରୁ ବହୁ ପରିମାଣରେ ଲୋନ୍ ନେଇଛନ୍ତି, ଅନ୍ୟପକ୍ଷେ କରୋନ ସଙ୍କଟ ଯୋଗୁଁ ଅର୍ଥନୀତି ଠପ୍ ହୋଇଯାଇଛି। ଏଭଳି ଭାବରେ ସେଠାର ରେଭିନ୍ୟୁ ହ୍ରାସ ପାଇଛି, ସେଭଳି ଦରଦାମ୍ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି ଓ ଋଣର ସୁଧ ମଧ୍ୟ ବଢିଯାଇଛି। ଏହି ସଙ୍କଟ ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦେଶର ଅଣ୍ଟା ଭାଙ୍ଗି ଦେଇଛି, ସେଭଳି ଇସଲାମିକ୍ ଜଗତରେ ନିଜର ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଥିବା ତୁର୍କୀ ମଧ୍ୟ ଚୀନ୍ରେ ଋଣ ଜାଲରେ ପଡିଛି। ନିକଟରେ ସେଠାରେ ଆସିଥିବା ଭୂକମ୍ପ ମଧ୍ୟ ସମସ୍ୟାକୁ ଆହୁରି ଦୁଇଗୁଣା କରିଛି।