
ପୁଣି ବଢିଲା ଆଧର-ପ୍ୟାନ କାର୍ଡ ଲିଙ୍କ୍ ସମୟ ଅବଧି। ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ସମୟ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ଜୁନ ୩୦କୁ ଘୁଞ୍ଚିଛି। ତେବେ ମ୍ୟୁଚୁଆଲ୍ ଫଣ୍ଡ୍ ଗ୍ରାହକମାନଙ୍କ ଲାଗି ମନୋନୟନ ବିବରଣୀ ଦେବାର ସମୟ ସୀମାକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି। ସେବି ଜାରି କରିଥିବା ଗାଇଡ୍ଲାଇନ୍ ଅନୁସାରେ ମ୍ୟୁଚୁଆଲ୍ ଫଣ୍ଡ୍ ଗ୍ରାହକଙ୍କୁ ସେମାନଙ୍କ ନୋମିନି ବିଷୟରେ କଂପାନିକୁ ସୂଚନା ଦେବାକୁ ପଡ଼ିବ।କୌଣସି ନୋମିନି ଚାହୁନଥିବା ଗ୍ରାହକମାନେ ମଧ୍ୟ ସେବିଷୟରେ ସୂଚନା ଦେବେ। ଏହି କାର୍ଯ୍ୟ ଚଳିତ ମାସ ୩୧ ସୁଦ୍ଧା ଶେଷ କରିବାକୁ କୁହାଯାଇଥିଲା। ମାତ୍ର ବିଭିନ୍ନ ମହଲରୁ ମହଲତ ବଢ଼ାଇବାକୁ ଅନୁରୋଧ କରାଯିବା ପରେ ସେବି ଏହି ସମୟ ସୀମାକୁ ବଢ଼ାଇଛି।