ମା’ଭଗବତୀଙ୍କ ଭିତର ହୁଣ୍ଡି ଖୋଲିଲା

ମା’ଭଗବତୀଙ୍କ ଭିତର ହୁଣ୍ଡି ଖୋଲିଲା । ମାତ୍ର ତିନିମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ଭିତରକାଠହୁଣ୍ଡି ଖୋଲା ଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ବୁଲ୍‌ବୁଲ୍‌ ବେହେରା , ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସ୍ଥାନୀୟ ଥାନା ଏ.ଏସ୍.ଆଇ., ଏଣ୍ଡା ଓ ମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର ଶୁଭେଚ୍ଛୁ ବିକ୍ରମ କେଶରୀ ଜେନା, ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର , ଅଶ୍ଵିନୀ ମିଶ୍ର,ସେ ବାୟତ ପ୍ରକାଶ ମହାପାତ୍ର, ବସନ୍ତ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା। ସମୁଦାୟ ଟ ୧,୩୯,୧୯୩/_ଏକ ଲକ୍ଷ ଅଣଚାଳିଶି ହଜାର ଦୁଇ ଶହ ତେୟାନବେ ଟଙ୍କା ମାତ୍ର ସଂଗ୍ରହ କରାଯାଇ ସ୍ଥାନୀୟ ୟୁ .କୋବ୍ୟାଙ୍କରେ ଜମା ରଖାଯାଇଥିଲା । ଶ୍ରଦ୍ଧାଳୁମାନଙ୍କର ମଙ୍ଗଳ କାମନା କରି ଏହି ଦାନ ଅର୍ଥ ମା’ ଙ୍କ ନୀତିକାନ୍ତି ସେବାରେ ଲାଗିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି ।

You May Also Like

More From Author

+ There are no comments

Add yours