ବାଣପୁରର ଓକିଲ ସଂଘ ନିର୍ବାଚନ

ସାରା ଓଡିଶାରେ ଶେଷହେଲା ଓକିଲ ସଂଘ ନିର୍ବାଚନ। ୧୨୭ ସଦସ୍ୟ ବିଶିଷ୍ଟ ବାଣପୁର ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି। ତେବେ ୧୨୭ ସଭ୍ୟ ରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଭୋଟଦେଇ ନାହାନ୍ତି।

ବାଣପୁର ଓକିଲ ସଂଘ ତରଫରୁ ସଭାପତି, ସଂପାଦକ ଓ ଉପସଭାପତି ପଦପାଇଁ ତୀବ୍ର ପ୍ରତିଦ୍ବନ୍ଦିତା ହେଉଥିବା ବେଳେ ସହ ସଂପାଦକ ଓ ତିନିଜଣ ସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସଭାପତି ଭାବେ ବରିଷ୍ଠ ତଥା ପୂର୍ବରୁ ବହୁବାର ଏହି ଦାୟିତ୍ବ ମଣ୍ଡନ କରିଥିବା ଶ୍ରୀ ଗୌରୀଶଙ୍କର ଷଡ଼ଙ୍ଗୀ ଓ ଶ୍ରୀ ବୃନ୍ଦାବନ ପ୍ରଧାନ ପ୍ରତିନ୍ଦ୍ବନ୍ଦିତା କରିଥିଲେ ମୋଟ ୧୨୭ ଖଣ୍ଡ ଭୋଟରୁ ୭୯ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ଗୌରୀ ଶଙ୍କର ଷଡ଼ଙ୍ଗୀ ୪୨ଖଣ୍ଡ ଭୋଟ ପାଇଥିଲେ ଓ ଗୋଟିଏ ଭୋଟ ନାକଚ ହୋଇଥିଲା। ସଂପାଦକ ପ୍ରାର୍ଥି ସୁଧିର କୁମାର ପ୍ରଧାନ ୮୫ ଖଣ୍ଡ ଭୋଟପାଇ ବିଜୟ ଲାଭ କରିଥିବା ସମୟରେ ଜଗନ୍ନାଥ ଭୋଳ ୩୫ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ ଏବଂ ୨ଖଣ୍ଡ ଭୋଟ ନାକଚ ହୋଇଥିଲା। ଉପସଭାପତି ଭାବେ ପଦ୍ମଜ ପଟ୍ଟନାୟକ ୭୪ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିବା ସମୟରେ ପ୍ରତିନ୍ଦ୍ବନ୍ଦୀ ରାମଚନ୍ଦ୍ର ପରିଡା ୪୫ ଖଣ୍ଡ ଭୋଟ ପାଇଥିଲେ।ଭୋଟ ଗ୍ରହଣ ସକାଳ ୧୦ ସମୟରେ ଆରମ୍ଭ ହୋଇଥିଲା ଓ ଅପରାହ୍ନ ୩ଟାରେ ଶେଷ ହୋଇଥିଲା। ଅପରାହ୍ନ ୪ଟାରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମକୁ ପୁଲିଙ୍ଗ ଅଧିକାରୀ ଭାବେ ଆଡଭୋକେଟ ଜଗଦୀଶ ପଟ୍ଟନାୟକ ଓ ଆଡଭୋକେଟ ଟିନା ମହାନ୍ତି ପରିଚାଳନ କରିଥିଲେ। ବାଣପୁର ଆଇ.ଆଇ.ସି ଜୟକୃଷ୍ଣ ପରିଡ଼ା ନିଜର ସହଯୋଗୀଙ୍କ ସହ ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ। ବାଣପୁର କୋର୍ଟ ୧୯୭୯ ମସିହାରୁ ଆରମ୍ଭ ହୋଇଥିବା ବେଳେ ଅନେକ ନିର୍ବାଚନ, ଆଜିର ନିର୍ବାଚନ ଏକ ଭିନ୍ନ ପକ୍ରିୟା ଦେଖିବାକୁ ମିଳିଥିଲା।

You May Also Like

More From Author

+ There are no comments

Add yours