ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା

ଅପରାହ୍ନରେ ନବୀନ ନିବାସରେ ହେବ ସାକ୍ଷାତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନ ସାଢ଼େ ୪ଟାରେ ନବୀନ ନିବାସ ଯାଇ ମମତା ସେଠାରେ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମମତା କହିଛନ୍ତି ଯେ, ହକି ବିଶ୍ୱକପ୍ ସମୟରେ ତାଙ୍କୁ ଓଡ଼ିଶା ଆସିବାକୁ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ମମତା ସେତେବେଳେ ଆସିପାରି ନଥିଲେ, ହେଲେ ପ୍ରତିଶ୍ରୁତି ଦେଇଥିଲେ ଯେ, ଯେତେବେଳେ ଓଡ଼ିଶା ଆସିବେ, ନବୀନଙ୍କୁ ନିଶ୍ଚୟ ଭେଟିବେ । ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ମମତା ବାନାର୍ଜୀ କହିଛନ୍ତି । ତେବେ ଏହି ସାକ୍ଷାତ ଉପରେ ରାଜନୈତିକ ସମୀକ୍ଷକମାନଙ୍କ ନଜର ଅଟକିଛି । କାରଣ ମୋଦୀ ବିରୋଧୀ ଭାବେ ବେଶ ଜଣାଶୁଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କଂଗ୍ରେସକୁ ବାଦ୍ ଦେଇ ମୋଦୀ ବିରୋଧୀ ମଞ୍ଚ କଥା କହୁଥିବାରୁ ମମତାଙ୍କ ଓଡିଶା ଗସ୍ତର ଗୁରୁତ୍ୱ ବେଶ ବଢିଯାଇଛି । ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେସିଆରଙ୍କ ନେତୃତ୍ୱରେ ତିଆରି ହେଉଥିବା ତୃତୀୟ ସାମୁଖ୍ୟଠାରୁ ମଧ୍ୟ ଦୂରେଇ ରହିଛନ୍ତି ।

You May Also Like

More From Author

+ There are no comments

Add yours