Thu. Oct 15th, 2026

ସାରା ବିଶ୍ୱରେ ପ୍ରଚାରିତ ହେବ ‘ମନ କି ବାତ’ର ୧୦୦ ତମ ସଂସ୍କରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ସଂସ୍କରଣକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବଶେଷ ପ୍ରସ୍ତୁତି ଆରମ୍ଭ କରିଛି । ଭାଜପାର ଯୋଜନା ରହିଛି ସାରା ବିଶ୍ୱରେ ଏହାର ପ୍ରଚାର କରାଯିବ । ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ମୋଦି ଏବେ ବିଶ୍ୱର ନେତା । ସେଥିପାଇଁ ତାଙ୍କ କାର୍ଯ୍ୟକ୍ରମର ପ୍ରସାରଣ ସାରା ବିଶ୍ୱରେ କରାଯିବାକୁ ପ୍ରସ୍ତୁତି କରାଯାଉଛି । ବିଶ୍ୱର ପ୍ରାୟ ସମସ୍ତ ଦେଶ ତାଙ୍କ କାର୍ଯ୍ୟକ୍ରମର ପ୍ରଶଂସା କରୁଛନ୍ତି । ଲୋକେ ମୋଦିଙ୍କ କଥା ଶୁଣିବାକୁ ଚାହୁଁଛନ୍ତି । ତେଣୁ ତାଙ୍କର କାର୍ଯ୍ୟକ୍ରମକୁ ଆମେ ଅଧିକରୁ ଅଧିକ ଦେଶରେ ପ୍ରସାରଣ କରିବାକୁ ଚାହୁଁଛୁ ବୋଲି ଭାଜପା କହିଛି ।

Leave a Reply

Your email address will not be published. Required fields are marked *