ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ଏକ ତିନି ମହଲା ବିଶିଷ୍ଟ ଘର ଭୁଶୁଡିପଡିଛି । ଏହି ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏ ସମସ୍ତଙ୍କ ଶବ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ସେହିଭଳି ଏଠାରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି ।ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୫ ବର୍ଷୀୟା ଅଞ୍ଜଳିଙ୍କ ମୃତ୍ୟୁ ହୋଇଛି । ଗତ ରାତିରେ ଏହି ଘରେ ତାଙ୍କର ଜନ୍ମଦିନ ପାଳନ ହେଉଥିଲା । ତେବେ ସକାଳ ହେବା ପୂର୍ବରୁ ସେ ଦୁନିଆରୁ ବିଦାୟ ନେଇସାରିଥିଲେ । ଅଞ୍ଜଳି ସ୍ଥାନୀୟ ରାମକୃଷ୍ଣ ମିଶନ ସ୍କୁଲରେ ୧୦ମ ଶ୍ରେଣୀର ଛାତ୍ରୀ ଥିଲେ । ସେହିଭଳି ତାଙ୍କ ସହ ତାଙ୍କ ୧୭ ବର୍ଷୀୟ ଭାଇ ଦୁର୍ଗାପ୍ରସାଦର ଶବ ମଧ୍ୟ ଉଦ୍ଧାର କରାଯାଇଛି । ଏ ଘଟଣା ପରେ ପୂରା ପରିବାର ନଷ୍ଟ ହୋଇଯାଇଛି । କେବଳ ଚାରିପଟେ ଶୋକର ମାହୋଲ ଦେଖିବାକୁ ମିଳିଛି ।
You May Also Like
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
ସାପର ଧମକ୍,ଦଂଶନ କରିବି
July 13, 2024
More From Author
ବନ୍ଦ୍ ହୋଇଯିବ ଇଣ୍ଟରନେଟ!
July 13, 2023
ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀର
July 13, 2023
ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ୨ଗିରଫ
July 12, 2023
+ There are no comments
Add yours