ନବରଙ୍ଗପୁରରେ ଉଦ୍ୟୋଗ ପ୍ରତିଷ୍ଠା ସଚେତନ କାର୍ଯ୍ୟକ୍ରମ

ନବରଙ୍ଗପୁର:ଆଜି ନବରଙ୍ଗପୁର ବ୍ଳକ୍ ଅମ୍ବାଦୁଲା ଠାରେ ଉଦ୍ୟୋଗ ପ୍ରତିଷ୍ଠା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳ ବିନିଯୋଗରେ ନବରଙ୍ଗପୁର ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ଉନ୍ନତି ପ୍ରକଳ୍ପ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡଃ ପ୍ରଦୋଷ କୁମାର ପଣ୍ଡା ଯୋଗ ଦେଇ ଓ ଉଦ୍ୟାନ କୃଷି ଓ ଖାଦ୍ୟ ପ୍ରକ୍ରିୟା କରଣ ପ୍ରତିଷ୍ଠା ଦିଗରେ ସରକାରଙ୍କ ରହିଥିବା ଯୋଜନା ସଂପର୍କରେ ବୁଝାଇଥିଲେ। ସଂୟ ସହାୟକ ଗଠନ ଦ୍ବାରା ଏବଂ କୃଷି ଉତ୍ପାଦିତ ସଂଘ ଗଠନ କରି ମୂଲ୍ଯଯୁକ୍ତ ଉତ୍ପାଦିତ‌ ଦ୍ରବ୍ୟ ପ୍ରସ୍ତୁତ ଦିଗରେ ଆଗେଇ ଆସିବାକୁ ଯୁଗ ଚାଷୀ ଓ ଉଦ୍ୟୋଗୀ ଙ୍କୁପରାମର୍ଶ ଦେଇଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ପ୍ରକଳ୍ପ ର କ୍ରିୟାନ୍ବୟନ କମିଟି ସଭ୍ୟ ଲକ୍ଷ୍ମୀନାରାୟଣ ବକ୍ସି ଓ ଉପସ୍ଥିତ ରହି ସୁଗନ୍ଧି ଚାଷ ଫସଲ ଓ ବଜାର ପ୍ରତିଷ୍ଠା ସହ ମୂଲ୍ଯଯୁକ୍ତ ପଦାର୍ଥ ପ୍ରସ୍ତୁତ ଦିଗରେ ଉଦ୍ୟୋଗୀ ମାନେ ଆଗକୁ ଆସିବା ଦରକାର ବୋଲି କହିଥିଲେ। ସଂପ୍ରତି ଅମ୍ବାଦୁଲା ଠାରେ ଉନ୍ନତ ମାନର ଗୁଡଭାଟି ସ୍ଥାପନ ସହ ବେଣାଚେର, ହଲଦୀ ଚାଷକୁ ଗୁରୁତ୍ବ ଦିଆଯାଉଛି।

ଆସନ୍ତା ଦିନରେ ଏ ସବୁରୁ ମୂଲ୍ଯଯୁକ୍ତ ପଦାର୍ଥ ପ୍ରସ୍ତୁତି ଦିଗରେ ଉଦ୍ୟୋଗୀ ଅଜିତ କୁମାର ନାୟକ ଆଗେଇ ଆସିଛନ୍ତି । ଅନେକ ସୁଗନ୍ଧି ଫସଲ ଚାଷ କଲେ ଆର୍ଥିକ ଲାଭ ମିଳିପାରିବା ସହ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ସଫଳତା ମିଳି ପାରିବ ବୋଲି କହିଥିଲେ । କ୍ଷେତ୍ର ସହାୟିକା ରୀତା ବିର୍ତ୍ତିଆ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉଦ୍ୟାନ କୃଷି କ୍ଷେତ୍ର ଅଧିକାରୀ ବାସନ୍ତୀ ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।

You May Also Like

More From Author

+ There are no comments

Add yours