Thu. Oct 15th, 2026

ଓଡ଼ିଶା ୫ ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କ ଗସ୍ତ ସମୟ ରେ ବିଭିନ୍ନ ରୋଚକ ଦୃଶ୍ୟ ଲୋକ ଲୋଚନକୁ ଆସି ଥିବା ବେଳେ ତାଙ୍କ ଗସ୍ତ ସମୟ ରେ ରାଜନୈତିକ କର୍ମୀଙ୍କ ଗିରଫଦାରୀ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପୂର୍ବ କାର୍ଯ୍ୟକ୍ରମ ଅନୁସାରେ ଆଜି ୫ ଟି ସଚିବ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ରହିଥିଲା ଏହାରି ଭିତରେ ସେ ଚନ୍ଦା ହାଣ୍ଡି ବ୍ଲକ୍ ର ମଲଗାଁ ଠାରେ ମଧ୍ୟ ଯୋଗଦେବା ର କାର୍ଯ୍ୟକ୍ରମ ରହିଥିଲା।ଗତ ଦୁଇଦିନ ପୂର୍ବରୁ ସଚିବ ଙ୍କ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ନେଇ ସାଂସଦ ବିଧାୟକ ଓ ବିଜେଡି ର ବରିଷ୍ଠ ନେତା ମାନେ ଦିନ ରାତି ଏକ କରି ଦେଇଥିଲେ।ତେବେ ଆଜି ହଠାତ୍ ସଚିବ ଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ର ଆଳ ଦେଖାଇ ପିସିସି ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା କ୍ଷେମ ରାଜ୍ ବାଘ ଙ୍କୁ ନିଜ ଘରୁ ପୋଲିସ ଗିରଫ କରିଥିବା ଜଣା ପଡ଼ିଛି।

ସାଧାରଣତଃ କୌଣସି ମନ୍ତ୍ରୀ କିମ୍ବା ମୁଖ୍ୟ ମନ୍ତ୍ରୀ ଗସ୍ତ ସମୟ ରେ ବିରୋଧୀ ଦଳ ନେତା ଙ୍କୁ ସୁରକ୍ଷା ଦୃଷ୍ଟି ରୁ ଥାନା ରେ ଅଟକ ରଖିବା ବ୍ୟବସ୍ଥା ରହିଥିବା ବେଳେ ଜଣେ ସଚିବ ଙ୍କ ଗସ୍ତ ସମୟ ରେ ରାଜନୈତିକ ନେତା ଙ୍କ ଗିରଫଦାରୀ ଙ୍କୁ ବୁଦ୍ଧିଜୀବୀ ମହଲ ରେ ନିନ୍ଦା କରା ଯାଇଛି।ଏହି ପରିପ୍ରେକ୍ଷୀରେ ପ୍ରତିକ୍ରିୟା ଦେଇ ଶ୍ରୀ ବାଘ ପ୍ରକାଶ କରୁଛି ଯେ ଭି କେ ପାଣ୍ଡିୟନ୍ ଜଣେ ସରକାରୀ ସଚିବ ତାଙ୍କୁ ବିରୋଧ କରିବା ଆମର ଅବକାଶ ନାହିଁ ତଥାପି ପୋଲିସ ଓ ପ୍ରଶାସନ ତାଙ୍କୁ ଜଣେ ମୁଖ୍ୟମନ୍ତ୍ରୀ ଙ୍କ ଭଳି ସୁରକ୍ଷା ଦେବା ହାସ୍ୟାସ୍ପଦ ବୋଲି କହିଛନ୍ତି। ବାଘ ଙ୍କ ଗିରଫଦାରୀ କୁ ପୂର୍ବତନ ବିଧାୟକ ଭୁଜବଳ ମାଝୀ,ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ,ଯୁବ ନେତ୍ରୀ ଲିପିକା ମାଝୀ ଙ୍କ ସମେତ ବିଭିନ୍ନ ମହଲ ରେ ଦୃଢ଼ ନିନ୍ଦା କରାଯାଇଛି।

Leave a Reply

Your email address will not be published. Required fields are marked *