Wed. Oct 14th, 2026

ବଲିଉଡର ଅପକମିଂ ଫିଲ୍ମ ‘ଗଦର ୨’ । ଏଥିରେ ବଲିଉଡର ଦମ୍‌ଦାର ଅଭିନେତା ସନ୍ନି ଦେଓଲ ଲିଡ୍‌ରେ ଅଛନ୍ତି। ନିକଟରେ ସୋସିଆଲ ମିଡିଆରେ ଫିଲ୍ମର ସୁଟିଂ ସେଟର ଏକ ଭିଡିଓ ମଧ୍ୟ ଲିକ୍ ହୋଇଥିଲା। ଯେଉଁଥିରେ ସନ୍ନି ଦେଓଲଙ୍କ ଆକ୍ସନ୍ ଅବତାର ଦେଖିବାକୁ ମିଳିଥିଲା। ସନ୍ନି ଦେଓଲଙ୍କ ଏହି ଫିଲ୍ମ ରିଲିଜ୍ ତାରିଖ ସାମ୍ନାକୁ ଆସିଥିଲା।ବର୍ତ୍ତମାନ ପ୍ରଶଂସକମାନେ ଏହାକୁ ଅପେକ୍ଷା କରି ରହିଛନ୍ତି । ଏହି ଚଳଚ୍ଚିତ୍ରରେ ଉତ୍କଳ ଶର୍ମା ଏବଂ ସିମରତ କୌର ମଧ୍ୟ ସନ୍ନି ଏବଂ ଆମେଶାଙ୍କ ସହ ନଜର ଆସିବେ। ଫିଲ୍ମର ସୁଟିଂ ବର୍ତ୍ତମାନ ଶେଷ ହୋଇଛି। ୧୧ ଅଗଷ୍ଟ ୨୦୨୩ରେ ‘ଗଦର -୨’ ପ୍ରେକ୍ଷାଳୟକୁ ଆସିବ ।ଏହି ଚଳଚ୍ଚିତ୍ର ପ୍ରଥମ ଭାଗ ଶେଷ ହୋଇଥିବା ସ୍ଥାନରୁ କାହାଣୀକୁ ଆଗକୁ ବଢିବ। ମୁଖ୍ୟ ଭୂମିକାରେ ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୦୦୧ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗଦର’ର ଏକ ସିକ୍ୱେଲ ଅଟେ । ଟ୍ରକ୍ ଡ୍ରାଇଭରର ତାରା ସିଂ ଏହି ଚଳଚ୍ଚିତ୍ରରେ ତାର ପାକିସ୍ତାନୀ ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ସଂଘର୍ଷ କରିଥିଲା। ‘ଗଦର ୨’ରେ ପାକିସ୍ତାନୀ ମେଜର ମଲିକଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ରୋହିତ ଚୌଧୁରୀ ନିଜ ଟ୍ୱିଟରରେ ସୁଟିଂ ଶେଷ ହୋଇଥିବା ଫଟୋ ସେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *