Wed. Oct 14th, 2026

ରାଜ୍ୟ 5 ଟି ମୁଖ୍ୟ ଶାସନ ସଚିବ ଭି କେ ପାଣ୍ଡିଆନ ଙ୍କ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ । ମାଲଗାଁ ଠାରେ ଚନ୍ଦାହାଣ୍ଡି ବ୍ଲକ ରେ ଜଳସେଚନ ବ୍ୟବସ୍ଥା କରାଯିବା ପାଇଁ ଆଜି ଗସ୍ତ କରିଥିଲେ । ମୁଖ୍ୟ 5 ଟି ଶାସନ ସଚିବ ଙ୍କୁ ଚନ୍ଦାହାଣ୍ଡି ବ୍ଲକ ର ଅଭିଯୋଗ ଦେବା କୁ ଅପେକ୍ଷା କରିଥିଲେ ସାଧାରଣ ଜନତା ।ତେବେ ଆସିବା ପୂର୍ବ ରୁ ପ୍ରବଳ ବର୍ଷା ଫଳରେ ଲୋକଙ୍କ ଭିଡ଼ କମିଯାଇଥିଲା । ଅଙ୍ଗନୱାଡି କର୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ, ସରକାରୀ ଅଧିକାରୀ କର୍ମଚାରୀ ଏବଂ ଶାସକ ଦଳ ର ନେତା ମାନେ ରହିଥିଲେ l କିଛି ସମୟ ପରେ ମୁଖ୍ୟ 5 ଟି ସଚିବ ଭି କେ ପାଣ୍ଡିଆନ ପହଂଚିବା ପରେ ଅଙ୍ଗନୱାଡି କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଲା ମାନେ ଫୁଲତୋଡ଼ା ଦେଇ ତାଙ୍କୁ ସ୍ୱାଗତ କରି ଥିଲେ । ସଚିବ ଭି କେ ପାଣ୍ଡିଆନ ଚନ୍ଦାହାଣ୍ଡି ବ୍ଲକ ସତିଘାଟ ରେ ଜଳସେଚନ ପ୍ରକଳ୍ପ ନେଇ କ୍ଷୁଦ୍ର ଜଲସେଚନ ବିଭାଗ ର ମୁଖ୍ୟ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ । ଚନ୍ଦାହାଣ୍ଡି ବ୍ଲକ ର ବିଭିନ୍ନ ବର୍ଗ ର ଲୋକେ ସାମାଜିକ ଗୃହ ଓ ମନ୍ଦିର ନିର୍ମାଣ ରେ ସହଯୋଗ ପାଇଁ ଆବେଦନ ଦେଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ଚନ୍ଦାହାଣ୍ଡି ଗସ୍ତ ରେ ପି ସି ସି ସମ୍ପାଦକ କ୍ଷମରାଜ ବାଘ ଙ୍କୁ ଚନ୍ଦାହାଣ୍ଡି ଥାନା ରେ ଅଟକ ରଖା ଯାଇଥିଲା। ସଚିବ ଚନ୍ଦାହାଣ୍ଡି ରୁ ସଭା ସାରି ଫେରିଯିବା ପରେ ତାଙ୍କୁ ଛଡାଯାଇଥିଲା। ଘଟଣାକୁ ବିରୋଧି ବିଜେପି ଦଳ ପକ୍ଷରୁ ନିନ୍ଦା କରାଯାଇଛି l ତାଙ୍କୁ କଣ ପାଇଁ ଅଟକ ରଖା ଯାଇଥିଲା ସେ ବାବଦରେ ସେ କିଛି ଜାଣି ନଥିବା କଂଗ୍ରେସ ନେତା କ୍ଷମରାଜ ବାଘ ପ୍ରକାଶ କରିଥିଲେ l ଏ ବାବଦ ରେ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ କୌଣସି ମୁହଁ ଖୋଲି ନ ଥିଲେ l ଜଣେ ସରକାରୀ ଅଫିସର ଙ୍କ ଗସ୍ତ କାର୍ଯ୍ୟକ୍ରମ ରେ ବିରୋଧି ଦଳ ର ନେତା ଙ୍କୁ ନେଇ ଅଟକ ରଖିବା ହସ୍ୟସ୍ପଦ ବୋଲି ରାଜ୍ୟ ବି ଜେ ପି ଉପସଭାପତି ବଳଭଦ୍ର ମାଝି ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *