Thu. Oct 15th, 2026

ସମାଜର ମୁଖ୍ୟସ୍ରୋତରେ କମାଲ କରୁଛନ୍ତି ଓଡ଼ିଆ। ସେ ରାଜନୀତି ହେଉ ଅବା ବ୍ୟବସାୟ ଅବା ହେଉ ଅନ୍ୟ କୌଣସି ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ। ଏହି ରେସରେ ପଛେଇ ନାହାନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତାଙ୍କ କାର୍ଯ୍ୟ ଶୈଳୀରେ ବେଶ ଖୁସି ଅଛନ୍ତି ପ୍ରଧାନମନ୍ତ୍ରୀ।ଗଭର୍ଣ୍ଣର ଅଫ୍‌ ଦି ଇଅର ପୁରସ୍କାର ପାଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଶକ୍ତିକାନ୍ତଙ୍କୁ ଏହି ପୁରସ୍କାର ମିଳିବା ଦେଶ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି କହିବା ସହ ସେ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।କରୋନା ମହାମାରୀ ଓ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଓ ଦରଦାମ୍‌ ସ୍ଥିତିର ସଫଳ ମୁକାବିଲା କରିଥିବାରୁ ସେଣ୍ଟ୍ରାଲ୍ ବ୍ୟାଙ୍କିଙ୍ଗ୍‌ ପକ୍ଷରୁ ଶକ୍ତିକାନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୫ରେ ରଘୁରାମ ରାଜନଙ୍କୁ ଏହି ପୁରସ୍କାର ମିଳିଥିଲା।

Leave a Reply

Your email address will not be published. Required fields are marked *