Wed. Oct 14th, 2026

ଚାଇନାର ଉହାନ ମାର୍କେଟରୁ ରାକୁନ୍‌ ନାମକ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଲୋମଶ କୁକୁରଠାରୁ ମାରାତ୍ମକ କୋଭିଡ୍‌-୧୯ ମହାମାରୀର ଉତ୍ପତ୍ତି ହୋଇଥିଲା ବୋଲି ଭୂତାଣୁ ବିଶେଷଜ୍ଞମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍‌ ଜାଣିବାକୁ ପାଇଛନ୍ତି। ମହାମାରୀକୁ ୩ ବର୍ଷ ହୋଇଥିବାବେଳେ ଏହାର ଉତ୍ପତ୍ତି ସମ୍ପର୍କରେ ଏବେ ବି ସ୍ପଷ୍ଟ ଚିତ୍ର ମିଳିନାହିଁ।ଏହା ବାଦୁଡ଼ିଠାରୁ ଆସିଥିଲା ନା ଲାବରେଟୋରିରୁ ଲିକ୍‌ ହୋଇଥିଲା, ତାହାକୁ ନେଇ ରାଜନୈତିକ ଓ ବୈଜ୍ଞାନିକ ବିତର୍କ ଜାରି ରହିଛି।

ତେବେ ଆରିଜୋନା, ଉଟାହ ଏବଂ ସିଡ୍‌ନି ୟୁନିଭର୍ସିଟିର ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଏକ ନୂଆ ଅଧ୍ୟୟନ ଅନୁଯାୟୀ ରାକୁନ୍‌ ଡଗ୍‌ଠାରୁ ଏହି ଭୂତାଣୁ ବ୍ୟାପିଥିଲା। ୨୦୨୦ ଜାନୁୟାରୀରେ ହୁଆନାନ୍‌ ସିଫୁଡ୍‌ ହୋଲସେଲ୍‌ ମାର୍କେଟ ଓ ଏହାର ଆଖପାଖରୁ ସଂଗ୍ରହ କରାଯାଇଥିବା ସ୍ବାବ୍‌ର ଜେନେଟିିକ୍‌ ତଥ୍ୟ ଆଧାରରେ ଏହି ଅଧ୍ୟୟନ କରାଯାଇଛି। ଅଧିକାଂଶ ଜେନେଟିକ୍‌ ପଦାର୍ଥ ରାକୁନ୍‌ ଡଗ୍‌ ସହ ମେଳ ଖାଉଥିବା କୁହାଯାଇଛି। ଏହି ପ୍ରଜାତିର କୁକୁର ଦେଖିବାକୁ କୋକିଶିଆଳି ଭଳି ଏବଂ କୋଭିଡ୍‌ ଭୂତାଣୁ ସଂକ୍ରମଣ ପାଇଁ ସମର୍ଥ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *