Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ୩ ଦିନ ଧରି ଷ୍ଟେରିଂ ଛାଡ଼ ଆନ୍ଦୋଳନ ପ୍ରଭାବାରେ ରାଜ୍ୟରେ ଯାତାୟାତ ଠାରୁ ଆରମ୍ଭ କରି ସାଧାରଣ ଖାଉଟି ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି।ଆଜି ରାଜ୍ୟ ସରକାରଙ୍କ ପ୍ରତିଶୃତି ପରେ ଡ୍ରାଇଭର ସଂଘ ଆନ୍ଦୋଳନ ସ୍ଥଗିତ ରହିଛି। ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ମହାସଂଘ । ଆନ୍ଦୋଳନ ସ୍ଥିଗତ ନେଇ ସୂଚନା ଦେଲେ ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୂଲି । ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆମେ ନିଷ୍ପତ୍ତି ନେଇଛୁ । 3 ମାସ ପାଇଁ ଆନ୍ଦୋଳନ ସ୍ଥଗିତ ହୋଇଥିବା ମହସଂଘ ସଭାପତି ସୂଚନା ଦେଇଛନ୍ତି ।ଲୋକଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରୁଛୁ କହିଛନ୍ତି ସଂଘ ସଭାପତି।ତେବେ ସରକାର ପ୍ରତିଶୃତିରେ ଅବହେଳା କଲେ ଆମେ ଆମ ନୀତିରେ ଅଟଳ ରହିବୁ ବୋଲି ସଂଘ ସଭାପତି କହିଛନ୍ତି।

ଆଗକୁ ୯୦ ଦିନରେ ୧୦ ଦଫା ଦାବି ପୂରଣ ନହେଲେ ସ୍ଥିତି ଆହୁରି ଭୟଙ୍କର ହେବ । ଦାବି ପୂରଣ ନହେଲେ ୯୧ ଦିନରେ ସମୂହ ନବୀନ ନିବାସ ଆଗରେ ଆତ୍ମାହୁତି ଦେବୁ ବୋଲି ଚେତାବନୀ ଦେଇଛି ସଂଘ । ସରକାର ଆମ ୧୦ ଦଫା ଦାବି ପୂରଣ କରିବେ ବୋଲି ଆଶା ଅଛି ବୋଲି କହିଛନ୍ତି ସଭାପତି ।ଅନ୍ୟପଟେ ଆନ୍ଦୋଳନ ପ୍ରତ୍ୟାହୃତ ପରେ ଖାଉଟିଙ୍କୁ ବଡ ଆଶ୍ୱସ୍ତି ମିଳିଛି।ରାଜ୍ୟରେ ଷ୍ଟେରିଂ ଛାଡ଼ ଆନ୍ଦୋଳନ ପ୍ରଭାବରେ ଅନେକ କ୍ଷେତ୍ର ପ୍ରଭାବିତ ହୋଇଥିଲା।

By

Leave a Reply

Your email address will not be published. Required fields are marked *