Thu. Oct 15th, 2026

ଗିରଫ ହେବେ ଋଷ୍ ରାଷ୍ଟ୍ରପତି? ଭ୍ଲାଦିମିର ପୁଟିନଙ୍କୁ ନାଁରେ ବାହାରିଲା ଆରେଷ୍ଟ୍ ଓ୍ବାରେଣ୍ଟ! କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ସତ। ଆନ୍ତର୍ଜାତୀୟ କ୍ରାଇମ୍ କୋର୍ଟ ପୁଟିନଙ୍କୁ ଗିରଫ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ଓ୍ବାର କ୍ରାଇମ୍ ପାଇଁ ଆଇସିସି ଶୁକ୍ରବାର ତାଙ୍କ ନାଁରେ ଗିରଫ ନୋଟିସ ଜାରି କରିଛି । ୟୁକ୍ରେନରେ ହୋଇଥିବା ଯୁଦ୍ଧ ଅପରାଧ ପାଇଁ ପୁଟିନ୍ ଦାୟୀ ବୋଲି ଆଇସିସି କହିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଯୁଦ୍ଧ ସମୟରେ ଋଷ୍ ସେନା ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିବାକୁ ନେଇ ଋଷ୍ ରାଷ୍ଟ୍ରପତି ପୁଟିନଙ୍କୁ ଦାୟୀ କରାଯାଇଛି ।

ତେବେ କ’ଣ ଏହି ଇଣ୍ଟର ନ୍ୟାସନାଲ କ୍ରାଇମ୍ କୋର୍ଟ ? ଯୁଦ୍ଧ ସମୟରେ ଅପରାଧକୁ ରୋକିବା ପାଇଁ ୨୦୦୨ରେ ଏହାକୁ ଗଠନ କରାଯାଇଥିଲା । ଯୁଦ୍ଧ ସମୟରେ ମାନବ ଅଧିକାର ଆଇନ ଉଲ୍ଲଙ୍ଘନ ହେଲେ ଏବଂ ଯୁଦ୍ଧରେ ଲିପ୍ତ ଥିବା ଦୁଇ ଦେଶ ଏହାକୁ ସମାଧାନ କରିବାରେ ବିଫଳ ହେଲେ ଇଣ୍ଟର ନ୍ୟାସନାଲ କ୍ରାଇମ୍ କୋର୍ଟ ଏହାର ବିଚାର କରିଥାନ୍ତି । ମାନବ ଅଧିକାର ଆଇନ ଉଲ୍ଲଙ୍ଘନର ୧୫ ପ୍ରକାର ଅପରାଧ ଏଠାରେ ବିଚାର ହୋଇଥାଏ । ଦୁଷ୍କର୍ମ, ଜେଲ୍ ନିର୍ଯାତନା, ଦାସତ୍ବ କରିବା, ମହିଳା ଓ ଶିଶୁଙ୍କୁ ଯୌନ ଶୋଷଣ, ଦେଶାନ୍ତର ଭଳି ଅପରାଧ ଅଥିରେ ଅନ୍ତର୍ଭୂକ୍ତ ରହିଛି । ବର୍ତ୍ତମାନ ଆଇସିସି ୟୁକ୍ରେନ, ଆଫ୍ରିକୀୟ ଦେଶ ଯଥା ଉଗାଣ୍ଡା, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, କେନିଆ, ମିଆଁମାର, ଫିଲିପାଇନ୍ସ, ଭେନେଜୁଲା ଲାଟିନ୍ ଆମେରିକା ଆଦି ୧୭ଟି ଦେଶରେ ଏହି ସବୁ ଅପରାଧକୁ ନେଇ ଅନୁସନ୍ଧାନ ଚଳାଇଛି ।ତେବେ ଏହି ଆନ୍ତର୍ଜାତୀୟ କ୍ରାଇମ୍ କୋର୍ଟରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ମାଲି, ଉଗାଣ୍ଡା ଆଦି ଦେଶର ୫ଜଣଙ୍କୁ ଯୁଦ୍ଧ ଅପରାଧ ଏବଂ ମାନବିକତା ଉଲ୍ଲଙ୍ଘନ କରିବା ବିରୋଧରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *