ଡରାଉଛି H3N2 ଭୂତାଣୁ

ଚିନ୍ତା ବଢାଉଛି H3N2 ଭୂତାଣୁ । ପାଣିପାଗ ପରିବର୍ତ୍ତନ ହେବା ସହ ବୃଦ୍ଧି ପାଉଛି H3N2 ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ହାଇଆଲାର୍ଟ ପରେ ଦିଲ୍ଲୀରେ ଜାରି ହେଲା ସ୍ୱତନ୍ତ୍ର ଆଡଭାଇଜରୀ । ତେବେ କୋଭିଡ-୧୯ ପରି ଅବସ୍ଥା ସୃଷ୍ଟି ହେବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଦିଲ୍ଲୀ ସରକାର । ସମସ୍ତ ଡାକ୍ତରଖାନାକୁ ସତର୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ । H3N2 ଭୂତାଣୁ ପାଇଁ ଦିଲ୍ଲୀ ସରକାର ଜାରି କଲେ ସ୍ୱତନ୍ତ୍ର ଆଡଭାଇଜରୀ । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ଦିଲ୍ଲୀବାସୀଙ୍କୁ ପରମର୍ଶ ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ । ସମସ୍ତ ଡାକ୍ତରଖାନାରକୁ ପ୍ରସ୍ତୁତ ରିବା ପାଇଁ ମଧ୍ୟ କୁହାଯାଇଛି । ସୂଚନା ଅନୁସାରେ, ଦିଲ୍ଲୀ ଲୋକନାଥ ଡାକ୍ତରଖାନାରେ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନ୍ୟାନ୍ୟ ହସ୍ପିଟାଲରେ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇନଫ୍ଲୁଏଞ୍ଜା ଏବଂ କରୋନା ମାମଲା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ H3N2 ମାମଲା ଦେଶରେ ବଢୁଥିବା କାରଣରୁ ୬ଟି ରାଜ୍ୟକୁ ସତର୍କ ରହିବା ପାଇଁ ପରମର୍ଶ ଦେଇଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

You May Also Like

More From Author

+ There are no comments

Add yours