ଜଗା ଦର୍ଶନ କଲେ ବରିଷ୍ଠ, ଯୋଶଦା ମା ଫାଉଣ୍ଡେସନର ମହତ ପ୍ରୟାସ

ପୁରୀ : ଜଗା ଦୁଆରେ ଭାବରେ ବିଭୋର ହେଲେ ବରିଷ୍ଠ ନାଗରିକ । ବୟସର ଅପରାହ୍ନରେ ଚକା ଆଖି ସହ ଆଖି ମିଳେଇ ଆତ୍ମତୃପ୍ତିରେ ହଜିଗଲେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର କିଛି ବରିଷ୍ଠ ନାଗରିକ। ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନ ତରଫରୁ ବିଶିଷ୍ଟ ଶିକ୍ଷାବିତ ଡ଼ ଧରିତ୍ରୀ ମହରଥା ଓ ପ୍ରକାଶ କୁମାର ରାଉତଙ୍କ ସହଯୋଗ କ୍ରମେ ଚନ୍ଦ୍ରଶେଖରପୁର ଅଞ୍ଚଳର ୨୫ ଜଣ ବୟସ୍କଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନର ବ୍ୟବସ୍ଥା ହୋଇଥିଲା ।ଭୁବନେଶ୍ୱରରୁ ପୁରୀ ଭ୍ରମଣ, ଜଗନ୍ନାଥ ଦର୍ଶନ ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସମ୍ପୂର୍ଣ୍ଣ ମାଗଣାରେ ଵା ବିନା ଶୁକ୍ଳରେ ଏଭଳି ସୁଯୋଗ ଦେଇଥିଲା ଅନୁଷ୍ଠାନ । ସମସ୍ତେ ମହାପ୍ରସାଦ ସେବନ କରି ଓ ସ୍ୱଚକ୍ଷୁରେ ଜଗାକୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ। ଆଗାମୀ ଦିନରେ ଏହିଭଳି ପ୍ରୟାସ କରାଯିବ ବୋଲି ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ନିବେଦିତା ଲେଙ୍କା କହିଛନ୍ତି। ଏଥିରେ ଯୁବ ସମାଜସେବୀ ପ୍ରତ୍ୟୁଷ ଭଞ୍ଜ ସହଯୋଗ କରିଥିଲେ।

You May Also Like

More From Author

+ There are no comments

Add yours