ରାଜ୍ୟରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି,୧୦ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅଖ ଚକ ବନ୍ଦ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ରାଜ୍ୟରେ ଚାଲିଛି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ।୧୦ ଦଫା ଦାବି ନେଇ ଡ୍ରାଇଭର ମହାମଞ୍ଚ ଏହି ବନ୍ଦ ଡାକରା ଦେଇଛନ୍ତି।ସମସ୍ତ ବ୍ଲକ ଓ ଜିଲ୍ଲା ସଦର ମହକୁମାରରେ ପ୍ରତିବାଦ କରୁଛି ଡ୍ରାଇଭର ମିଳିତମଞ୍ଚ।ଅନିର୍ଦ୍ଦିଷ୍ଟ କାଳ ପାଇଁ ହେବ ଅଖଚକ ବନ୍ଦ କରିବେ ଡ୍ରାଇଭର। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ।ହଜାର ହଜାର ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି। ରାଜଧାନୀ ଭୁ‌ବନେଶ୍ବର ଉପକଣ୍ଡ ତମାଣ୍ଡୋରେ ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି।ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ସେମାନଙ୍କର ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ବ୍ରହ୍ମପୁର ଜାତୀୟ ରାଜପଥରେ ଡ୍ରାଇଭରଙ୍କ ପ୍ରତିବାଦ ଜାରି ରହିଛି। ସେହିପରି ରାଉରକେଲା ବାଲିଘାଟ ଜାତୀୟ ରାଜପଥରେ ଅବରୋଧ ଜାରି ରହିଛି। ସବୁ ପ୍ରବେଶ ପଥରେ ରୋକା ଯାଉଛି ହଳଦିଆ ନମ୍ବର ପ୍ଲେଟ୍ ଗାଡ଼ି। ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡି ଗୁଡିକୁ ବନ୍ଦରୁ ବାଦ ଦିଆଯାଇଛି। ଦୁଇ ବର୍ଷ ହେଲା ସରକାରଙ୍କ ନିକଟରେ ସଂଘ ଦାବି ରଖି ଆସୁଥିବା ବେଳେ ସରକାର କୌଣସି ପଦକ୍ଷେପ ନେଇନଥିବା ବେଳେ ଆନ୍ଦୋଳନକୁ ଓହ୍ଲାଇଛି ।ତେବେ ମହାମଞ୍ଚର ତିନୋଟି ମୁଖ୍ୟ ଦାବି ରହିଥିବାବେଳେ ସରକାର ଏହା ଉପରେ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକିରହିଲା।

You May Also Like

More From Author

+ There are no comments

Add yours