ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖକ୍କରଙ୍କ ପରଲୋକ

ଶବ୍ଦମିଡ଼ିଆ ବ୍ୟୁରୋ:ଆଉ ନାହାନ୍ତି ଲୋକପ୍ରିୟ ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖକ୍କର।୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।ସମୀର ଖକ୍କର ୮୦ ଦଶକରେ ଦୁରଦର୍ଶନର ଲୋକପ୍ରିୟ ସିରିଏଲ ନୁକ୍କଡ (୧୯୮୬) ରେ ମଦ୍ୟପ ବ୍ୟକ୍ତି ଚରିତ୍ର ‘ଖୋପଡି’ର ଅଭିନୟ ପାଇଁ ଜଣାଶୁଣା । ଏନେଇ ସମୀରଙ୍କ ଭାଇ ଗଣେଶ ଖକ୍କର ସମୀରଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

ସମୀର ଖକ୍କରଙ୍କ ଭାଇ ଗଣେଶ ଖକ୍କର ମଧ୍ୟ ଅଭିନେତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ସମୀର ଖକ୍କରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ।ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଗତକାଲି ଅପରାହ୍ନରେ ତାଙ୍କୁ ବୋରିବଲୀ ଏମ୍ଏନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ତାଙ୍କର ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇଥିଲା, ସେଠାରେ ସେ ଚେତା ପଳାଇଯାଇଥିଲା। ସେହି ସମୟରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ପରେ ଏକାଧିକ ଅଙ୍ଗ ଫେଲିୟର ହେତୁ ଆଜି ସକାଳ ୪.୩୦ରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ଶେଷ ରୀତିନୀତି ବୋରିବାଲୀର ବାଭଇ ନାକା ଶଶ୍ମାନରେ ଅନୁଷ୍ଠିତ ହେବ ।

କହିବାକୁ ଗଲେ ସମୀର ଖକ୍କର ମୁମ୍ବାଇର ଆଇସି କଲୋନୀରେ ଏକାକୀ ରହୁଥିଲେ। ସମୀର ଖକ୍କରଙ୍କ ପତ୍ନୀ ଆମେରିକାରେ ରୁହନ୍ତି। ତାଙ୍କୁ ଶେଷ ଥର ପାଇଁ ଆମାଜନ୍ ପ୍ରାଇମ୍ ରିଲିଜ୍ ହୋଇଥିବା ସିରିଜ୍ ‘ଫାର୍ଜି’ରେ ଦେଖିବାକୁ ମିଳିଥିଲା। ତାଙ୍କ ଅଭିନୟ କ୍ୟାରିୟରର ୩୮ ବର୍ଷରେ ବିଭିନ୍ନ ଟିଭି ଶୋ ଏବଂ ଚଳଚ୍ଚିତ୍ରର ଏକ ଅଂଶ ଥିଲେ ।ସମୀରଙ୍କ ମୃତ୍ୟୁ ଅଭିନୟ ଜଗତ ପାଇଁ ଅପୁରଣୀୟ କ୍ଷତି ବୋଲି କୁହାଯାଇଛି।

You May Also Like

More From Author

+ There are no comments

Add yours