କଟକ ଜଗତପୁର ଅଞ୍ଚଳରେ ଶିଶୁପୁତ୍ର ବିକ୍ରି ସମୟରେ,ଚାଇଲ୍ଡଲାଇନ ହାବୁଡ଼ରେ ପଡିଲେ ମହିଳା

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି କଟକ ଜଗତପୁର ଅଞ୍ଚଳରେ ନବଜାତ ଶିଶୁପୁତ୍ର ବିକ୍ରି ପାଇଁ ଯୋଜନା କରୁଥିବା ସମୟରେ କଟକ ଚାଇଲ୍ଡ ଲାଇନ କମିଟି ହାବୁଡ଼ରେ ପଡିଛନ୍ତି ଜଣେ ମହିଳା।ଜଗତପୁର ଅଞ୍ଚଳର ଇମାମନଗରର ଡୋମସାହିରେ ଜଣେ ମହିଳା ୧୧ ଦିନର ଏକ ନବଜାତ ଶିଶୁ ପୁତ୍ରକୁ ଶିଶୁ ଭବନରୁ ଆଣି ତାଙ୍କ ନିଜ ଘରେ ରଖିଥିଲେ।ପରବର୍ତ୍ତୀ ସମୟରେ ସେ ଶିଶୁ ପୁତ୍ରଟିକୁ ଅନ୍ୟତ୍ର ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ହେଲେ ଚାଇଲ୍ଡ ଲାଇନ ଏ ସମ୍ପର୍କରେ ଖବର ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଗତପୁର ଥାନା ଅଧିକାରୀଙ୍କ ସହାୟତାରେ ଶିଶୁ ପୁତ୍ର ଟିକୁ ଉଦ୍ଧାର କରାଯାଇ CWC କୁ ହସ୍ତାନ୍ତର କରାଗଲା। ଏହା ସହ ଶିଶୁ ପୁତ୍ରଟି କୁ ରଖିଥିବା ସଂପୃକ୍ତ ଦୁଇ ଜଣ ମହିଳା ମୀନା ମହାରଣା ଓ ଲିଜି ଦାସ ଙ୍କୁ ଚାଇଲ୍ଡ ଲାଇନ ଅଟକ ରଖି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି।ରାଜ୍ୟରେ ଏଭଳି ଘଟଣା ଘଟିବା ପ୍ରଥମ ନୁହେଁ ତେବେ ଶିଶୁ ବିକ୍ରି ଭଳି ଘୃଣ୍ୟ ଅପରାଧ ସମ୍ପୂର୍ଣ୍ଣ ଭାବରେ ମୂଳ ପୋଛ ହେବା ଆବଶ୍ୟ ସରକାର ଏସବୁ ରୋକିବା ପାଇଁ ରାଜ୍ୟରେ ଶିଶୁ କଲ୍ୟାଣ କମିଟି ତିଆରି କରିଛନ୍ତି।ଏସବୁ ପରେ ମଧ୍ୟ ଦୃଷ୍ଟି ଅଢୁଆଳରେ ବେଳେ ବେଳେ ଶିଶୁ ବିକ୍ରି ଭଳି ମାମଲା ସାମ୍ନାକୁ ଆସିଥାଏ।

You May Also Like

More From Author

+ There are no comments

Add yours