ଶିଶୁଙ୍କ ପାଇଁ ଘାତକ ଏଚ୍୩ଏନ୍୨ ଭାଇରସ୍, କାମ ଦେଉନାହିଁ ଆଣ୍ଟିବାୟୋଟିକ୍

ଶବ୍ଦ ଓଡିଶା ବ୍ୟୁରୋ: ଶିଶୁମାନଙ୍କ ପାଇଁ ଘାତକ ଏଚ୍୩ଏନ୍୨ ଭାଇରସ୍ । ବିଶେଷ କରି ୫ ବର୍ଷରୁ କମ୍ ଅଧିକାଂଶ ଶିଶୁ ଏଚ୍୩ଏନ୍୨ରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ପିଲାମାନଙ୍କ କ୍ଷେତ୍ରରେ ଔଷଧ ଓ ବିଶେଷ କରି ଆଣ୍ଟିବାୟୋଟିକ୍ କାମ ଦେଉନାହିଁ । ଚଳିତ ବର୍ଷ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ପୁନେରେ ୨୫ ଶହ ୨୯ ନମୁନାରୁ ୪୨୮ ନମୁନା ପଜିଟିଭ୍ ଆସିଛି ।
ଫେବ୍ରୁଆରୀ ଦ୍ୱିତୀୟ ଭାଗରେ ଅଧିକାଂଶ ଏଚ୍୩ଏନ୍୨ ମାମଲା ଚିହ୍ନଟ ହୋଇଛି । ପୁନେରେ ଅଧିକାଂଶ ରୋଗୀ ଏସ୍.ଏ.ଆର.ଆଇର ଲକ୍ଷଣ ସହ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ପୁନେରେ ଅଧିକାଂଶ ହସ୍ପିଟାଲର ଶିଶୁ ବିଭାଗ ଆଇସିୟୁ ବେଡ୍ ଗୁଡ଼ିକ ଗତ ୪ରୁ ୬ ସପ୍ତାହ ହେବ ଭର୍ତ୍ତି ହୋଇ ରହୁଛି । କିଛି ପିଲାଙ୍କର ଲିଭର ସମସ୍ୟା ଏବଂ ରକ୍ତ ଚାପ ଜନିତ ସମସ୍ୟା ରହୁଛି । ସେମାନଙ୍କୁ ଭେଂଟିଲେଟର ସପୋର୍ଟ ଦରକାର ପଡୁଛି ।

You May Also Like

More From Author

+ There are no comments

Add yours