
ଚର୍ଚ୍ଚାରେ ପୋଲିସର ମହାନତା। ଅସହାୟ ବୁଢ଼ା ଦମ୍ପତିଙ୍କୁ ବଢାଇଛନ୍ତି ସାହାଯ୍ୟର ହାତ। ପୁରୀ ଜିଲ୍ଲା ସତ୍ୟବାଦୀ ପୁରୁଣା ବୁଢ଼ାକେରାରୁ ଆସିଛି ଏହି ଚିତ୍ର। ସୂଚନା ଅନୁସାରେ, ବର୍ଷାଧିକ କାଳରୁ ଶଯ୍ୟାଶାୟୀ ମନିଙ୍କ ସ୍ବାମୀ। ଚିକିତ୍ସାରେ ବାଧକ ସାଜିଛି ଅର୍ଥ। ସମ୍ବଳ ଵି ନାହିଁ ଭଲରେ ଦି ଗଣ୍ଡେ ଖାଇବାକୁ। ବଡ଼ି ପାରି ବିକିବା ପରେ ସେତିକିରେ ଯାହା ଯେମିତି ମିଳୁଛି ସେଥିରୁ ଚିକିତ୍ସା ପାଇଁ ଯୋଗାଡୁଛନ୍ତି ଅର୍ଥ। ଠିକ୍ ଏତିକିବେଳେ ସହାୟତାର ହାତ ବଢେ଼ଇଛନ୍ତି ଦୁଷ୍ମନ୍ତ ନାମକ ଜଣେ ପୋଲିସ ଅଧିକାରୀ। ସ୍ଵାମୀଙ୍କ ମେଡିସିନ ଖର୍ଚ୍ଚ ପାଇ ବଡି ତିଆରି କରୁଥିବା ମନି ମାଉସୀଙ୍କୁ ମାସିକ ମେଡିସିନ ଯୋଗାଇ ଦେଉଛନ୍ତି। ବୁଢ଼ାକେରାର ବାସିନ୍ଦା ତାଙ୍କ ପାଖରେ ଚିର ଉପକୃତ ରହିଥିବା ବେଳେ ଦୟାଳୁ ଓ ଅନ୍ୟକୁ ଅସୁବିଧା ବେଳେ ସାହାଯ୍ୟ କରୁଥିବା ମଣିଷ ତଥା ପରୋପକାରୀ ପୋଲିସ ବାବୁଙ୍କୁ ସବୁ ମହଲରେ ଭୁରି ଭୁରି ପ୍ରଶଂସା କରାଯାଉଛି।