Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଜେଡି ପକ୍ଷରୁ ନବରଙ୍ଗପୁର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝୀଙ୍କ ଅନୁମୋଦନ ପ୍ରକାରେ ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀଙ୍କ ଦଣ୍ଡାମୁଣ୍ଡା ସ୍ଥିତ ବାସଭବନରେ ପଞ୍ଚାୟତ ସ୍ତରୀୟ ସଂଗଠନ ଅଧିକ ସୁଦୃଢ କରିବା ପାଇଁ ନୂତନ ଭାବେ ୧୪ ଗୋଟି ପଞ୍ଚାୟତ ପାଇଁ ୧୪ ଜଣ ସଂଯୋଜକ ନିଯୁକ୍ତ କରାଯାଇଛି l ପୂର୍ବରୁ ବ୍ଲକ ଓ ପଞ୍ଚାୟତ ପାଇଁ ବିଜେଡି ସଂଗଠନ ପାଇଁ ବରିଷ୍ଠ, ଯୁବ, ଛାତ୍ର ଓ ମହିଳା ର ସମସ୍ତ କର୍ମକର୍ତ୍ତା ଚୟନ ସରିଯାଇଥିବା ବେଳେ ଆଜି ବ୍ଲକ ବିଜେଡି ସଭାପତି ଗୌରହରି ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଏଲଆଇସି ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ସମ୍ମାନିତ ଅତିଥି ବିଜେଡି ଜୋନ ସଭାପତି ଯୁବରାଜ ଜଗତ ଓ ବଳରାମ ପଟନାୟକ, ବ୍ଲକ ଯୁବ ବିଜେଡି ସଭାପତି ତ୍ରିନାଥ ଦାଶଙ୍କ ଉପସ୍ଥିତିରେ ୧୪ ପଞ୍ଚାୟତ ପାଇଁ ୧୪ ଜଣ ସଂଯୋଜକଙ୍କ ନିଯୁକ୍ତ ହୋଇ ନାମ ଘୋଷଣା ହୋଇଥିବା ସୂଚନା ଦେଇଛନ୍ତି l ଚନ୍ଦାହାଣ୍ଡି ବ୍ଲକର ୧୪ ପଞ୍ଚାୟତ ପାଇଁ ୧୪ ଜଣ ମନୋନୀତ ହୋଇଥିବା ସଂଯୋଜକ ମାନେ ହେଲେ ଜୋନ ୧ର ୬ ଗୋଟି ପଞ୍ଚାୟତ ମଧ୍ୟରେ ଚନ୍ଦାହାଣ୍ଡି ପଞ୍ଚାୟତ ପାଇଁ ଡମ୍ବରୁ ମାଝୀଙ୍କୁ ନିଯୁକ୍ତ କରିଥିବା ବେଳେ ଜମାଦରପଡା ପାଇଁ ପରମ ମାଝୀ, ଫଟକି ପାଇଁ ଶ୍ୟାମ ସୁନ୍ଦର ସୁନା, କୋଇଲିମୁଣ୍ଡା ପାଇଁ ବାସୁଦେବ ଗୌଡ଼, ଅନକାବେଡା ପାଇଁ ଅନ୍ତସୋରି,ମୋହରା ପାଇଁ ପ୍ରଶାନ୍ତ ପାରିଙ୍କୁ ନିଯୁକ୍ତ କରାଯାଇ ଥିବାବେଳେ ଜୋନ ୨ର ଆଠ ଗୋଟି ପଞ୍ଚାୟତ ମଧ୍ୟରେ ବେହେରାମୁଣ୍ଡା ପଂଚାୟତ ପାଇଁ ହର ପୂଜାରୀ ଙ୍କୁ ନିଯୁକ୍ତ କରାଯାଇ ଥିବାବେଳେ ଶରଧାପୁର ପାଇଁ ଗମ୍ଭୀର ଚୌହାନ, ଗମ୍ଭାରୀଗୁଡା ପାଇଁ ଦୁର୍ଲଭ ପୂଜାରୀ, ମାଲଗାଁ ପାଇଁ ଝୁମୁକଲାଲ ସାହୁ, କୁହୁଡି ପାଇଁ ନୀଳମଣି ଗୌଡ଼, ଧୋଡ଼ିପାଣି ପାଇଁ ଭୁବନେଶ୍ୱର ବେଶ୍ରା, ଦଳବେଡା ପଞ୍ଚାୟତ ପାଇଁ ସନୀନ୍ଦ୍ର ସୋରି ଏବଂ ପାଟଖଲିଆ ପଞ୍ଚାୟତ ପାଇଁ ଟେକରାମ ମାଝୀଙ୍କୁ ନିଯୁକ୍ତ କରାଯାଇ ଥିବା ସୂଚନା ଦେଇଛନ୍ତି l ନବ ନିଯୁକ୍ତ ସଂଯୋଜକ ମାନଙ୍କୁ ୱାର୍ଡ ସ୍ତରରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଲୋକଙ୍କୁ ସେବା ଯୋଗେଇବା ଲକ୍ଷରେ ପୂର୍ବରୁ ସମସ୍ତ ମହିଳା, ଯୁବ ଏବଂ ଛାତ୍ର ସଂଗଠନକୁ ଗୁରୁତ୍ୱ ଦେଇ ବ୍ଲକ ଓ ପଞ୍ଚାୟତ କର୍ମକର୍ତ୍ତା ଚୟନ ସରିଥିବା ବେଳେ ଆଗକୁ ସଂଗଠନକୁ ମଜଭୁତ କରିବା, ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକୁ ପହଞ୍ଚେଇବା ଦିଗରେ କାର୍ଯ୍ୟ କରିବା ନେଇ ଆଜି ସଂଯୋଜକ ଚୟନ କରାଯାଇଛି l ନବ ନିଯୁକ୍ତ ସଂଯୋଜକ ମାନେ ଏଥିପାଇଁ ବିଜେଡି ଜିଲ୍ଲା ସଭାପତି ତଥା ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ଏବଂ ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ,ବିଜେଡି ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ପାଢ଼ୀଙ୍କୁ କୃତଜ୍ଞତା ଜଣେଇବା ସହ ଆଗାମୀ ଦିନରେ ଜିଲ୍ଲା ଓ ଚନ୍ଦାହାଣ୍ଡି ବ୍ଲକରେ ତୃଣମୂଳ ସ୍ତରରେ ବିଜେଡି ର ସଂଗଠନକୁ ମଜଭୂତ କରିବାକୁ ସବୁବେଳେ ଚେଷ୍ଟା ଜାରି ରହିବ ବୋଲି ନିଜ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଏହି ସଂଯୋଜକଙ୍କ ନାମ ଘୋଷଣା ସମୟରେ ବ୍ଲକର ୧୪ ଗୋଟି ପଞ୍ଚାୟତର ପଞ୍ଚାୟତ ସଭାପତି ଉପସ୍ଥିତ ରହିଥିଲେ l

By

Leave a Reply

Your email address will not be published. Required fields are marked *