Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ: ରାୟଗଡ଼ ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ଅନୁକୂଳରେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଯୋଗ ବିଭାଗ ଅନୁଦାନରେ ଚଳିତ ମାସ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜି.ସି.ଡି ହାଇସ୍କୁଲ ଖେଳ ପଡିଆ ରେ ଚାଲିଥିବା ବାର୍ଷିକ ଶିଳ୍ପୋଦ୍ଯୋଗୀ ସପ୍ତାହ ପାଳନ ଓ ଶିଳ୍ପ ପ୍ରଦର୍ଶିନୀ ମେଳା ଆଜି ଉଦଯାପିତ ହୋଇଯାଇଛି । ପ୍ରତିଦିନ ପରି ଆଜି ପୂବାହ୍ନ ୧୧ ଟା ଠାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ବିଶେଷଜ୍ଞ ମାନଙ୍କୁ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଯୋଗୀ ମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ପ୍ରୋତ୍ସାହନ ମୂଳକ ସହାୟତା ବିଷୟରେ ପୁଙ୍ଖାନୁପୁଙ୍କ ଆଲୋଚନା କରଯାଇଥିଲା । ଏଥିରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡ଼ ର ସାଧାରଣ ପରିଚାଳକ ଶ୍ରୀ ବିକାଶ ଚନ୍ଦ୍ର ବୈନ ଅଧକ୍ଷତା କରିବା ସହିତ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରୀ ଅଂଶୁମାନ ବେହେରା, ଶ୍ରୀ ଚିତ୍ତରଞ୍ଜନ ମଲ୍ଲିକ, ଶିଳ୍ପ ବିକାଶ ଅଧିକାରୀ ରାଜ୍ୟ ଶିଳ୍ପନୀତି-୨୦୨୨ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଯୋଗ ପ୍ପ୍ରୋତ୍ସ।ହନ ନୀତି – ୨୦୨୨, ରାଜ୍ୟ ଖାଦ୍ଯ ପ୍ରକ୍ରିୟାକରଣ ଶିଳ୍ପ ନୀତି- ୨୦୨୨ ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ ।ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଜୀବନ ଜୀବିକା ଅର୍ଜନର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଇଥିଲେ । ରାୟଗଡ଼ ସ୍ଥିତ ୟୁନିୟନ ବ୍ଯାଙ୍କର ଆଞ୍ଚଳିକ ପରିଚାଳକ ଶ୍ରୀ ତପନ କୁମାର ସାହୁ ବନ୍ଧକମୁକ୍ତ ରୁଣ ଉପରେ ବୁଝାଇ କହିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ଦାଶ କୃଷି ସମ୍ପର୍କୀୟ ଶିଳ୍ପ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ସମ୍ପର୍କରେ ବୁଝାଇଥିଲେ ।
ଅତିଥି ବକ୍ତା ମାନଙ୍କୁ ସ୍ମାରକ ଦେଇ ସମ୍ବର୍ଦ୍ଧିତ କରିବାପରେ ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ସୁନୀଲ ପଟ୍ଟନାୟକ ଧନ୍ୟବାଦ ଅର୍ପଣା କରିଥିଲେ । ସନ୍ଧ୍ଯା ୫ ଟାରେ ଅନୁଷ୍ଠିତ ଉଦଯାପନ ସମାରହୋରେ ମୁଖ୍ୟ ଅତିଥି ରୂପେ ଉତ୍କଳ ଆଲୁମିନାର ଉପସଭାପତି ଶ୍ରୀ ଭାସ୍କର ବନାର୍ଜୀ, ମୁଖ୍ୟ ଆର୍ଥିକ ଅଧିକାରି ଯୋଗ ଦେଇଥିବା ସ୍ଥଳେ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଶ୍ରୀ ବିକାଶ ଚନ୍ଦ୍ର ବୈନ ଅଧ୍ୟକ୍ଷତା କରିଥିଲେ । ଅନ୍ଯତମ ସମ୍ମାନିତ ଅତିଥି ରୂପେ ଜେ କେ ପେପର କାରଖାନା ର ବାଣିଜ୍ୟକ ଉପସଭାପତି ଶ୍ରୀ ବିଶ୍ଵଜିତ ଦ୍ଵିବେଦୀ, ଇମ୍ଫା କାରଖାନାର ଉପସାଧରଣ ପରିଚାଳକ ଶ୍ରୀ ବିଭୁତି ଭୂଷଣ ପଟ୍ଟନାୟକ, ଜିଲ୍ଲା ଉପଆରକ୍ଷୀ ଅଧିକ୍ଷକ ଶ୍ରୀ ଏସ କେ ପାଉଡିଆ ଯୋଗଦେଇ ଶିଳ୍ପ ପ୍ରଦର୍ଶନୀ ମେଳାରେ ଯୋଗଦେଇଥିବା ଉଦ୍ଯୋଗୀ, ମହିଳା ଗୋଷ୍ଠୀ ସଦସ୍ୟା ଓ ସରକାରୀ ବିଭାଗର କର୍ମକର୍ତ୍ତା ମାନଙ୍କୁ ଉତ୍ସାହୀତ କରିଥିଲେ । ରାୟଗଡ଼ ମାଟିରେ ପ୍ରଥମଥର ପାଇଁ ଅନୁଷ୍ଠିତ ଏପରି ଏକବୃହତ ଶିଳ୍ପ ପ୍ରଦର୍ଶନୀ ମେଳାର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଧିକାରିଗଣ ଓ ଦୀପାର ସଦସ୍ୟମାନଙ୍କୁ ମୁଖ୍ୟ ଅତିଥି ସ୍ମାରକ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ବିକାଶ ଚନ୍ଦ୍ର ବୈନଙ୍କ ନେତୃତ୍ବରେ ଶିଳ୍ପ ବିକାଶ ଅଧିକାରୀ ଗଣଶ୍ରୀ ଦେବାଶିଷ ମହାନ୍ତି, ସବ୍ୟସାଚୀ ସାହୁ, ଚିତ୍ତରଞ୍ଜନ ମଲ୍ଲିକ, ସୁନୀଲ ପଟ୍ଟନାୟକ, ସୁବ୍ରତ ପଟ୍ଟନାୟକ, ଅଂଶୁମାନ ବେହେରା, ତ୍ରିଲୋଚନ ଦାଶ, ସୌମିତ୍ର ପଟ୍ଟନାୟକ, ବା ସୁଦେବ ମୁଟୂକା, ରକୀ ଆଣ୍ଠୋନୀ, ସୁଲେମାନ ଖାନ, ରମେଶ ଚନ୍ଦ୍ର ବିଡିକା, ହେମନ୍ତ ମଣ୍ଡାଳି ଓ ଜିଲ୍ଲା ନିବେଶ ସଂସ୍ଥାର ଅଧିକାରୀ ଗଣ ଶ୍ରୀ ଲକ୍ଷ୍ମୀକାନ୍ତ ଜେନା, ସୁନୀଲ ପ୍ରଧାନ ଓ ଅମିୟ ପ୍ରଧାନ ଏହି ପ୍ରଦର୍ଶନୀ ମେଳାରେ ସଫଳ ଆୟୋଜନ ଓ ପରିଚାଳନା କରିଥିଲେ ।ପାଞ୍ଚଦିନ ବ୍ୟାପି ଏହି ଉଦ୍ଯୋଗ ସପ୍ତାହ ପାଳନ ଓ ଶିଳ୍ପ ପ୍ରଦର୍ଶନୀ ମେଳାରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।

By

Leave a Reply

Your email address will not be published. Required fields are marked *