ମହଙ୍ଗା ମାଡ;ବେହାଲ୍ ପାକିସ୍ଥାନ

ଦେଶରୁ ବହୁ ବଡ଼ ବଡ଼ କମ୍ପାନୀ ବନ୍ଦ ହୋଇଯିବା ପରେ ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ନିକଟ ଅତୀତରେ ଦେଶରେ ଅତି ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି କଥା ସାମ୍ନାକୁ ଆସିଥିଲା । ବର୍ତମାନ ହୋଣ୍ଡା କାର କମ୍ପାନୀ ଏହାର ପ୍ଲାଂଟକୁ ସେଠି ବନ୍ଦ କରିବ ବୋଲି ନିଷ୍ପତି ନେଇଛି । ଯେଉଁଠି ଲୋକଙ୍କୁ ଦି ଓଳି ଦି ମୁଠା ଖାଇବାକୁ ମଧ୍ୟ ମିଳିପାରୁନି, ସେଠି ଚାରିଚକିଆ କିଣିବା ଲୋକଙ୍କ ପାଇଁ ସ୍ୱପ୍ନ । ଏଥିରୁ ସ୍ପଷ୍ଟ ହେଉଛି ଯେ, ପାକିସ୍ତାନରେ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି । ଦେଶରେ ହୋଣ୍ଡା କମ୍ପାନି ତା’ର ହୋଣ୍ଡା ଏଟଲସ୍ କାର୍ସର ଉତ୍ପାଦନ ବନ୍ଦ କରିବାକୁ ଯାଉଛି ବୋଲି ବୁଧବାର ଘୋଷଣା କରିଛି । କମ୍ପାନି ଦେଇଥିବା ସୂଚନା ଅନୁସାରେ ଏଣିକି ଏହି ମାର୍ଚ୍ଚ ମାସର ବାକି ଦିନ ଆଉ କମ୍ପାନି କାର୍ ନିର୍ମାଣ କରିବ ନାହିଁ । ସୂଚନା ରହିଛି ଯେ, ଯୋଗାଣ ଶୃଙ୍ଖଳାରେ ସମସ୍ୟା ଉପୁଜିବା କାରଣରୁ କମ୍ପାନିକୁ ପ୍ଲାଂଟରେ ତାଲା ଲଗାଇବାକୁ ପଡିଛି । ତେବେ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଗାଡି ନିର୍ମାତା ପାକିସ୍ତାନ ଷ୍ଟକ ଏକ୍ସଚେଂଜକୁ ପଠାଇଥିବା ଏକ ନୋଟରେ କହିଛନ୍ତି କି କମ୍ପାନିର ଯୋଗାଣ ଶୃଙ୍ଖଳା ଖରାପ ହେବା କାରଣରୁ ନିର୍ଣ୍ଣୟ ନିଆଯାଇଛି । ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ । ଆମଦାନୀ ନିଷେଧ କାରଣରୁ କଂଚାମାଲ ଯୋଗାଣରେ ରୀତିମତ ଭାବେ ସମସ୍ୟା ଦେଖା ଦେଉଛି । ବିଦେଶୀ ଦେୟ ବନ୍ଦ କାରଣରୁ ଏହି ସମସ୍ୟା ବୃଦ୍ଧି ପାଇଛି । ଯେଉଁଥି ପାଇଁ ପ୍ଲାଂଟ ବନ୍ଦ କରିବାର ନିଷ୍ପତି ନିଆଯାଇଛି । କମ୍ପାନିର କହିବା ମୁତାବକ ଯେବେ ପ୍ଲାଂଟରେ କଂଚାମାଲ ହିଁ ପହଂଚିବ ନାହିଁ, ସେଠି ଉତ୍ପାଦନ ହେବ କେମିତି? ସେଥିପାଇଁ କମ୍ପାନି ୯ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ଲାଂଟ ବନ୍ଦ କରିବାର ଘୋଷଣା କରିବା ସହ କମ୍ପାନିରେ ତାଲା ପକାଇ ଦେଇଛି । ତେବେ ସୂଚନା ଅନୁସାରେ, ପାକିସ୍ତାନରେ ମହାଙ୍ଗା ହାର ଏବେ ୩୧.୫% ରେକର୍ଡ କରାଯାଇଛି । ୧୯୪୭ ମସିହା ପରଠାରୁ ଏହି ହାର ସର୍ବୋଚ୍ଚ ରହିଛି । ଚଳିତ ବର୍ଷ ଜାନୁଆରୀରେ ମହାଙ୍ଗା ହାର ଥିଲା ୧୭.୬% । ତେବେ ଡିସେମ୍ବର ମାସରେ ମହାଙ୍ଗା ହାର ୨୪.୫% ଥିଲା ।

You May Also Like

More From Author

+ There are no comments

Add yours