ଜିନପିଙ୍ଗଙ୍କ ତୃତୀୟ ଇନିଂସ୍

ପୁଣି ରେକର୍ଡ ସୃଷ୍ଟି କରିଛନ୍ତି ଜିନପିଙ୍ଗ । ଥରେ ନୁହେଁ କି ଦୁଇ ଥର ନୁହେଁ ଲଗାତାର ତୃତୀୟ ଥର ପାଇଁ ଚାଇନାର ରାଷ୍ଟ୍ରପତି ଭାର ସମ୍ଭାଳିବାକୁ ଯାଉଛନ୍ତି ସି ଜିନପିଙ୍ଗ । ଆଜି ଚୀନର ସଂସଦ ସର୍ବସମ୍ମତିକ୍ରମେ ତାଙ୍କୁ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ତଥା ଦେଶର ସେଂଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ଆସନ ଗ୍ରହଣ କରିବାକୁ ଭୋଟ ଦେଇଛନ୍ତି ଜନତା । ସେ ଆଗାମୀ ୫ ବର୍ଷ ପାଇଁ ଚୀନର ରାଷ୍ଟ୍ରପତି ହୋଇ ରହିବେ । ଏହା ବ୍ୟତୀତ ଉପରାଷ୍ଟ୍ରପତି ପଦବୀରେ ମଧ୍ୟ ହୋଇଛି ପରିବର୍ତନ । ୱାଙ୍ଗ କିଶାନଙ୍କ ସ୍ଥାନରେ ବିଦାୟୀ କାର୍ଯ୍ୟନିର୍ବାହୀ ଉପ-ପ୍ରଧାନମନ୍ତ୍ରୀ ହାନ୍ସ ଝେଙ୍ଗ୍ଙ୍କୁ ସି ଜିନପିଙ୍ଗ ଉପରାଷ୍ଟ୍ରପତି ଭାବେ ମନୋନିତ କରିଛନ୍ତି । ତାଙ୍କ ମନୋନୟନକୁ ମଧ୍ୟ ପ୍ରତିନିଧି ଦଳ ସମର୍ଥନ କରି ଭୋଟ ଦେଇଛନ୍ତି । ଏଥର ଚୀନ ରାଷ୍ଟ୍ରପତି ନିର୍ବାଚନରେ ସେ ଏକାକୀ ପ୍ରତିଦ୍ୱନ୍ଦିତା କରିଥିଲେ । ତେବେ ଏତିକି ବେଳେ ଦେଶର ମୁଖ୍ୟ ଭାବେ ତାଙ୍କୁ ନିର୍ବାଚିତ କରିବାକୁ ଥିଲେ ୨୯୫୨ଜଣ ପ୍ରତିନିଧି । ସମସ୍ତ ପ୍ରତିନିଧି ଜିନପିଙ୍ଗଙ୍କୁ ଭୋଟ ଦେଇଛନ୍ତି । କେହି ଜଣେ ହେଲେ ବି ଭୋଟଦାନରୁ ନିବୃତ ରହିନାହାନ୍ତି କିମ୍ବା ତାଙ୍କ ବିରୋଧରେ ଭୋଟ ଦେଇନାହାନ୍ତି । ଫଳାଫଳ ଘୋଷଣା କରାଯିବା ପରେ, ପ୍ରାୟ ଏକ ମିନିଟ ପାଖାପାଖି କରତାଳି ଶୁଭିଥିଲା । ସମସ୍ତଙ୍କ ସାମ୍ନାରେ ନବନିର୍ବାଚିତ ରାଷ୍ଟ୍ରପତି ଧନ୍ୟବାଦ ଜ୍ଞାପନ କରିଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ଚୀନରେ ଜଣେ ବ୍ୟକ୍ତି ସର୍ବାଧିକ ୨ଥର ରାଷ୍ଟ୍ରପତି ହୋଇପାରିବ । ଏହା ଥିଲା ସମ୍ବିଧାନର ପୁରୁଣା ନିୟମ । ବର୍ତମାନ ଦି ନ୍ୟାସନାଲ ପିପୁଲସ୍ କଂଗ୍ରେସ ବା ସଂସଦ ୨୦୧୮ରେ ଏହାକୁ ରଦ୍ଦ କରାଯାଇଛି । ଏବଂ ଏହି ନୂଆ ନିୟମ ଅନୁସାରେ, ଚୀନ ତୃତୀୟ ଥର ପାଇଁ ସି ଜିନପିଙ୍ଗଙ୍କୁ ରାଷ୍ଟ୍ରପତି ରୂପେ ପାଇଛି । ଫଳରେ ଚେୟାରମ୍ୟାନ ମାଓ ଜେଡୋଙ୍ଗଙ୍କ ପରେ ୬୯ ବର୍ଷିୟ ଜିନପିଙ୍ଗ ଆଜି ସବୁଠୁ ଶକ୍ତିଶାଳୀ ନେତା ହୋଇପାରିଛନ୍ତି । ତେବେ ପଡୋଶୀ ରାଷ୍ଟ୍ର ଭାବେ ଭାରତ ସହ ଚୀନର ସମ୍ପର୍କ ସେତେଟା ଭଲ ନାହିଁ । ଜିନପିଙ୍ଗଙ୍କ ଶାସନ କାଳରେ ହିଁ ଅନେକ ଯୁଦ୍ଧ ମାହୋଲ ସୃଷ୍ଟି ହେବାର ନଜର ରହିଛି । ତେବେ ଆଗକୁ ନୂଆ ରାଷ୍ଟ୍ରପତିଙ୍କ ତୃତୀୟ ଶାସନ ଯୁଗରେ ଭାରତ ସହ ସମ୍ପର୍କ କିପରି ରହିଛି ତାହା ଦେଖିବା ବାକି ରହିଲା ।

You May Also Like

More From Author

+ There are no comments

Add yours