
ବର ମୁହଁରେ ସିଗାରେଟ୍ । ଜ୍ୱାଇଁକୁ ବିଡି ପିଆଇଲେ ଶାଶୁ ଶ୍ୱଶୁର । ବରଣୀ ବେଳେ ସିଗାରେଟ ଦେଇ ନିଆରା ଢଙ୍ଗରେ କଲେ ସ୍ୱାଗତ । ଆପଣଙ୍କୁ ଶୁଣି ଅଶ୍ଚର୍ଯ୍ୟ ଲାଗୁଚି ନା । କିନ୍ତୁ କଥାଟା ସତ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦର୍ଶକ ବନ୍ଧୁ ଏବେ ଚାଲିଛି ବିବାହ ରୁତୁ । ଏହି ସମୟରେ ଭାଇରାଲ ହେଉଛି ବର-କନ୍ୟାଙ୍କ ବିଭିନ୍ନ ପ୍ରକାରର ଭିଡିଓ । କେଉଂଠି ବରର ଡ୍ୟାନ୍ସ ତ ଆଉ କେଉଁଠି କନ୍ୟାର । କେତେବେଲେ ବରର ମଜାଦାର ଏଂଟ୍ରି ତ ଆଉ କେତେବେଳେ ବରଯାତ୍ରୀଙ୍କର । ଏମିତି ଅନେକ କିଛି ମଜାଳିଆ ଦୃଶ୍ୟ ଆପଣମାନେ ଦେଖିଛନ୍ତି । ଏହାରି ଭିତରେ ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ସାଧାରଣତଃ କନିଆ ଦୁଆରେ ବର ପହଂଚିଲେ ବାଟବରଣୀ କରାଯିବାର ରହିଛି ପରମ୍ପରା । ପୁଲ, ଚନ୍ଦନ ଦେଇ ବରକୁ ସ୍ୱାଗତ କରିଥାନ୍ତି କନ୍ୟାପକ୍ଷ । ହେଲେ ଏଠି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ନିଆରା ଢଙ୍ଗରେ ବରକୁ ସ୍ୱାଗତ କରିଛନ୍ତି କନିଆ ଘର ଲୋକେ । ମିଠା ବଦଳରେ ଜ୍ୱାଇଁକୁ ଦିଆଯାଉଛି ସିଗାରେଟ । ପୁଲ, ଚନ୍ଦନ ନ ଦେଇ ସିଗାରେଟ ପିଆଇ ସ୍ୱାଗତ କରିଛନ୍ତି ଶାଶୁ ଶ୍ୱଶୁର । ଭାଇରାଲ ହେଉଥିବା ଭିଡିଓରେ ପୂରା ବର ଗେଟ୍ଅପ୍ରେ ସଜେଇ ହୋଇଛି ପୁଅ। ପାଖରେ ଠିଆ ହୋଇଛନ୍ତି ବନ୍ଧୁବାନ୍ଧବ ଓ ପରିବାର ଲୋକ। ଆଗରେ କନିଆଁର ବାପା-ମା’ ଜ୍ୱାଇଁ ପୁଅକୁ ସ୍ୱାଗତ କରିବାକୁ ହେଉଛନ୍ତି ପ୍ରସ୍ତୁତ। କିନ୍ତୁ ପୂଜା ଥାଳି ବଦଳରେ ହାତରେ ସିଗାରେଟ୍ ଧରି ଛିଡା ହୋଇଛନ୍ତି ଶାଶୁ-ଶ୍ୱଶୁର । ଆଉ ବର ଯେତେବେଲେ ଦୁଆର ମୁହଁରେ ପହଂଚୁଛି ସେତେବେଲେ ବର ମୁହଁରେ ସିଗାରେଟ ଦେଉଛନ୍ତି ଶାଶୁ । କେବଳ ସେତିକି ନୁହେଁ ସିଗାରେଟ୍କୁ ଜଳାଇ ମଧ୍ୟ ଦେଇଛନ୍ତି ଶ୍ୱଶୂର। ଆଉ ଏହାପରେ ଫୁଲ୍ ବିନ୍ଦାସ ଅନ୍ଦାଜରେ ବର ମଧ୍ୟ ସିଗାରେଟ୍ ପିଉଛି। ଜଣେ ୟୁଟ୍ୟୁବ୍ ବ୍ଲଗର ନିଜ ଇନ୍ଷ୍ଟାଗ୍ରାମରେ ଏହି ନିଆରା ଭିଡିଓକୁ ଶେଆର କରିଛନ୍ତି। ତେବେ ଏବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣାଟି କଣ । ଏହି ଭିଡିଓଟି ହେଉଛି ଦକ୍ଷିଣ ଗୁଜରାଟର। ଏଠାକାର କିଛି ଗ୍ରାମାଞ୍ଚଳରେ ବରକୁ ଏଭଳି ଢ଼ଙ୍ଗରେ ସ୍ୱାଗତ କରିବା ନେଇ ରହିଛି ପୁରୁଣା ପରମ୍ପରା । ତେଣୁ କନିଆଁ ଘର ଲୋକେ କବେଳ ନିଜ ପରମ୍ପରାକୁ ପାଳନ କରିଛନ୍ତି। ବର ମଧ୍ୟ ଏହାକୁ ସମ୍ମାନ ଜଣାଇ କେବଳ ସିଗାରେଟ୍କୁ ପାଟିରେ ଧରିଛି । ସେପଟେ ଭିଡିଓଟି ସାମ୍ନାକୁ ଆସିବା ପରେ ଚକିତ ହୋଇପଡିଛନ୍ତି ଲୋକେ । ବିବାହ ବେଳେ ଏଭଳି କିଛି ପରମ୍ପରା ଥିବା ନେଇ କିଛି ଲୋକେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। ତେବେ କେହି ଏହାକୁ ପରିହାସ କରିଛନ୍ତି ତ ଆଉ କିଏ ଏହାକୁ ସମାଲୋଚନା କରି ଟ୍ରୋଲ କରିଛନ୍ତି।