ଜଳୁଛି ଜଙ୍ଗଲ; ନୟାନ୍ତ କଲାଣି ନିଆଁ

ଦେଶର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ । ମୋଟ ୫୭୦ଟି ସ୍ଥାନରେ ଜଙ୍ଗଲରେ ଲାଗିଛି ନିଆଁ । ଯେଉଁଥିରୁ ସର୍ବାଧିକ ୧୪୨ ଅର୍ଥାତ ପ୍ରାୟ ୨୫ ପ୍ରତିଶତ ଓଡିଶାରେ ରହିଛି । ଏବେ ଜଙ୍ଗଲ ନିଁଆ ରୋକିବାକୁ କେବଳ ବର୍ଷା ହିଁ ଭରସା । ସପ୍ତାହକ ଭିତରେ ରାଜ୍ୟରେ ୬୩୪ଟି ସ୍ଥାନରେ ବଡ ଧରଣର ବନାଗ୍ନି ଦେଖିବାକୁ ମିଳିଛି । ଗଜପତିରୁ ନୟାଗଡ, ଭଞ୍ଜନଗରରୁ କେରାୁଟ ସବୁଠି ଜଳୁଛି ଜଙ୍ଗଲ । କେଉଁଠି ନିଆଁ ଆୟତ କରିବାକୁ ବନ କର୍ମଚାରୀ ନାକେଦମ ତ ଆଉ କେଉଁଠି ବେକାବୁ । ଜଙ୍ଗଲ ଧୂଆଁରେ ଅଣନିଶ୍ୱାସ ହୋଇଗଲେଣି ସ୍ଥାନୀୟଲୋକେ । ଏଥିପାଇଁ ଉଭୟ ସରକାର ଓ ବନବିଭାଗର ଖାମଖିଆଲି ମନୋଭାବକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବିଭିନ୍ନ ସ୍ଥାନରେ ବନ ବିଭାଗର ସଚେତନତା ଯେମିତି ବାହାଘର ବେଳେ ବାଇଗଣ ରୁଆ ସଦୃଶ ହୋଇଛି । ଏବେ ରାଜ୍ୟର ପ୍ରାୟ ସବୁ ଜଙ୍ଗଲରେ ନିଆଁ ଲାଗିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଡିଭିଜନ ହେଉ କି ଶିମିଳିାଳ ବ୍ୟାଘ୍ର ଅଭୟାରଣ୍ୟ । ବରଗଡ ଡିଭିଜନ ପାଇକମାଳାରେ ବି ଚିହ୍ନଟ ହୋଇଛି ବନାଗ୍ନି । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ନିଆଁ ନଜରକୁ ଆସିଛି । କେଉଁଠି ଆଜି ଲାଗିଛି ତ ଆଉ କେଉଁଠି ପୂର୍ବ ନିଆଁ କୁହୁଳି କୁହୁଳି ଜଳୁଛି । ବନାଗ୍ନି ପ୍ରକୋ ଏତେ ବଢୁଛି ଯେ ଆୟତ କରିବା ଏବେ ବନ ବିଭାଗ ପାଇଁ କାଠିକର ପାଠ ହୋଇପଡିଲାଣି ।ଫେବୃଆରୀରୁ ଅଦ୍ୟାବଧି ତେିକି ଜଙ୍ଗଲରେ ନିଆଁ ଲାଗିଛି, ପ୍ରାୟତଃ ସବୁ ମନୁଷ୍ୟକୃତ । ଏହାକୁ ରୋକିବାକୁ କେବଳ ବର୍ଷା ହିଁ ଭରସା । ଅକ୍ଟୋବର ପରଠୁ ରାଜ୍ୟରେ ଆଉ ବର୍ଷା ହୋଇନି । ବନ ବିଭାଗ ପ୍ରାୟ ୯୩ ପ୍ରତିଶତ ଜଙ୍ଗଲ ନିଆଁ ଲିଭାଇବାର ସଫଳ ହେଲାଣି । ଲୋକଙ୍କ ଅସାବଧାନତାରୁ ଜଙ୍ଗଲରେ ନିଆଁ ବ୍ୟାୁଥିବା ରିବେଶବିତ କହୁଛନ୍ତି । ମହୁଲ ଫୁଲ ଗୋଟାଇବା ଓ କେନ୍ଦୁପତ୍ର ତୋଳିବା ଉଦ୍ଦେଶ୍ୟରେ ବି ଜଙ୍ଗଲରେ ନିଆଁ ଲଗାଯାଉଛି । ଶିକାର ଓ ପୋଡୁ ଚାଷ ଛରେ ବି ବନାଗ୍ନି ଅନ୍ୟତମ କାରଣ । ତେଣୁ ସରକାର ଜଙ୍ଗଲ ନିଆଁ ଲିଭାଇବା ନୁହେଁ ବରଂ ଜଙ୍ଗଲ ନିଆଁ ନ ଲଗାଇବାକୁ ଗୁରୁୂତ୍ୱ ଦେବା ଦରକାର । ଗ୍ରୀଷ୍ମ ପ୍ରକୋ ଆରମ୍ଭ ନହେଉଣୁ ରାଜ୍ୟରେ ଅସମ୍ଭାଳ ହେଲାଣି ଜଙ୍ଗଲ ନିଆଁ ସ୍ଥିତି । ବନ ବିଭାଗ କ୍ଷରୁ ଏବେଠୁ ସଠିକ ପଦକ୍ଷେ ଗ୍ରହଣ ନ କରାଗଲେ, ଆଗକୁ ପରିସ୍ଥିତି ଅଣାୟତ ହେବା ସ୍ୱଭାବିକ ।

You May Also Like

More From Author

+ There are no comments

Add yours